(ଦୀପକ ମିଶ୍ର/ଉଦଳା): କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡ଼ୁଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନିଆଯାଉଥିବ । ଦେଖିବାକୁ ମିଳିଛି । କୋଭିଡ ସଂକ୍ରମଣ ରୋକିବା ପାଇଁ ସରକାର ଲୋକଡ଼ାଉନ ମଧ୍ୟ ଘୋଷଣା କରିଛନ୍ତି । ତେବେ ନିକଟରେ ମୁଖ୍ୟ ମନ୍ତ୍ରୀ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା ମଧ୍ୟ କରିସାରିଛନ୍ତି । ଆଜି ସରକାରଙ୍କ ନିର୍ଦେଶ କ୍ରମେ କପ୍ତିପଦା ଉପଖଣ୍ଡର ସାମ୍ବାଦିକମାନଙ୍କୁ କୋଭିଡ ଅଗଧାଡ଼ିର କାର୍ଯ୍ୟକର୍ତାଙ୍କ ପାଇଁ କୋଭିଡ ଟୀକା କରଣ କାର୍ୟ୍ୟକ୍ରମ କରାଯାଇଥିଲା । ଉପଖଣ୍ଡ ଚିକିତ୍ସାଳୟ ଉଦଳାରେ ଉପଖଣ୍ଡ ଚିକିତ୍ସାଧିକାରୀ ଶିବାନନ୍ଦ ମହାନ୍ତିଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଏହି ଟିକାକରଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକକ୍ଷରୀ ସରୋଜ କୁମାର ପ୍ରଧାନ ସାମିଲ ରହି ସାମ୍ବାଦିକମାନଙ୍କୁ ଉତ୍ସାହିତ କରିବା ସହ ଟୀକା କରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
previous post
