ଓଡିଶା

ରାଜ୍ୟସ୍ତରୀୟ ଚଷା ମହାସମାବେଶରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟସ୍ତରୀୟ ଚଷା ମହାସମାବେଶ ରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବାମୂର୍ ହାଇସ୍କୁଲ୍ ପଡ଼ିଆ ରେ ଏକ ରାଜ୍ୟସ୍ତରୀୟ ସଭା ଅନୁଷ୍ଠୀତ ହୋଇଛି । ଏଥିରେ ରାଜ୍ୟ ସ୍ତରୀୟ ଚଷା ସମାଜର ବହୁ ଚାଷୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ବିଧାନ ସଭା ର ବିଧାୟକ  ନଳିନୀ କାନ୍ତ ପ୍ରଧାନ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଅନୁଗୋଳ ଜିଲ୍ଲାର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନ, ଚଷା ସମାଜର  ସଭାପତି ଉପେନ୍ଦ୍ର ପ୍ରଧାନ ଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀ ମାନଙ୍କ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । କୁନିକୁନି ପିଲା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ପାଖାପାଖି  16,000 ହଜାର ରୁ ଅଧିକ ସଂଖ୍ୟାରେ ଚାଷୀ ସମାଗମ ହେଇଥିଲେ ।

 

Related posts

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

mahabharatanews

୩୦ ତାରିଖରେ ହେବ ବିଦିପନୀ, ୬୦ ହଜାର ରୁ ଉର୍ଦ୍ଧ ଭକ୍ତ ଯୋଗଦେବେ…

mahabharatanews

ମଣିଷଖିଆ କୁମ୍ଭୀରଙ୍କ ଉତ୍ପାତ; ଉଦ୍ଧାର ହେଲା ବାବାଙ୍କ ମୁଣ୍ଡ 

mahabharatanews