ଓଡିଶା

ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ ଅଧୀକ୍ଷକଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟର ଜେଲରେ ଚାଲିଥିବା ନାନା ବେଆଇନ କାର୍ଯ୍ୟକଳାପ, କଏଦୀଙ୍କ ମୋବାଇଲ ଫୋନ, ନାନା ନିଶା ସାମଗ୍ରୀ ବ୍ୟବହାର ସମ୍ପର୍କରେ ତଥ୍ୟ ପଦାରେ ପଡିବା ପରେ ରାଜ୍ୟସରକାରଙ୍କ ଜେଲ ଆଭିମୁଖ୍ୟରେ ଆସିଛି ପରିବର୍ତ୍ତନ । ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍, ପୁରୀ ଓ ବଲାଙ୍ଗିର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି ପରେ ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ ଅଧୀକ୍ଷକଙ୍କ ବଦଳି ମଧ୍ୟ କରାଯାଇଛି।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜାମୁଝରୀ ମୁକ୍ତାକାଶ ଜେଲ ଅଧୀକ୍ଷକ ସୂର୍ୟ୍ୟ ପ୍ରକାଶ ସ୍ୱାଇଁଙ୍କୁ ଚୌଦ୍ୱାର ସର୍କଲ ଜେଲକୁ ସିନିୟର ସୁପରିଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି ଓ ଜାମୁଝରୀ ମୁକ୍ତାକାଶ ଜେଲରେ କାର୍ୟ୍ୟରତ ଜେଲର ସ୍ମିତା ମହାନ୍ତିଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Related posts

ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ ଭୋଟ୍‌ ଗଣତି, ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

କାଳବୈଖାଖୀ ସମ୍ଭାବନା: ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

mahabharatanews