ଆଜି ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ରାଜନୈତିକ ନେତୃବୃନ୍ଦ, ବିଶିଷ୍ଟ ବ୍ୟକ୍ତିତ୍ୱ ଓ ସାଧାରଣ ଲୋକମାନେ ସୋସିଆଲ ମିଡିଆ ଏବଂ ବିଭିନ୍ନ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରି ରାଷ୍ଟ୍ରପତି ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ସାହସ, ସରଳତା, ନମ୍ରତା ଓ ଜନସେବା ପ୍ରତି ଅଟଳ ସମର୍ପଣରେ ପରିପୂର୍ଣ୍ଣ ତାଙ୍କ ଜୀବନ ଯାତ୍ରା ସମଗ୍ର ଦେଶକୁ ପ୍ରେରଣା ଯୋଗାଇ ଆସୁଛି। ରାଷ୍ଟ୍ରପତିଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିବା ସହ ଆଜି ଜନ୍ମମାଟିରେ ତାଙ୍କୁ ସାକ୍ଷାତ କରିବା ପାଇଁ ଆଗ୍ରହୀ ଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।
Warm birthday greetings to the President of India, Smt. Droupadi Murmu Ji. Her journey, marked by courage, simplicity, humility and unwavering commitment to public service, continues to inspire people across the country.
Through her many years in public life, she has served the…
— Narendra Modi (@narendramodi) June 20, 2026
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ସମାଜସେବା ଏବଂ ଲୋକଙ୍କ ସଶକ୍ତିକରଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ସାମାଜିକ ନ୍ୟାୟ, ଅନ୍ତର୍ଭୁକ୍ତ ବିକାଶ ଓ ନାଗରିକ କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ତାଙ୍କୁ ଜଣେ ଆଦର୍ଶ ଜନସେବକ ଭାବେ ପରିଚିତ କରାଇଛି।
Warm birthday wishes to the President of India, Smt. Droupadi Murmu ji. She has devoted her life to serving the society and empowering the people. Through her wisdom and commitment towards inclusive development, social justice and the welfare of citizens, she represents the true…
— Rajnath Singh (@rajnathsingh) June 20, 2026
କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଶିବରାଜ ସିଂହ ଚୌହାନ, କୀର୍ତ୍ତି ବର୍ଦ୍ଧନ ସିଂହ ଓ ଜର୍ଜ କୁରିଏନ୍ଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେମାନେ ରାଷ୍ଟ୍ରପତିଙ୍କ ସାଧାରଣ ଜୀବନରୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପର୍ଯ୍ୟନ୍ତ ଯାତ୍ରାକୁ ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ପ୍ରେରଣାର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ମାଟିରୁ ଉଠି ଦେଶର ପ୍ରଥମ ନାଗରିକ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଜୀବନ ସଂଘର୍ଷ, ନିଷ୍ଠା ଓ ଜନସେବାର ଏକ ଅନନ୍ୟ ଉଦାହରଣ। ତାଙ୍କ ଜନ୍ମଦିନ ଅବସରରେ ଦେଶବାସୀ ତାଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି।
