ଅପରାଧ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ

ବଲାଙ୍ଗିର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ । ବଲାଙ୍ଗିର ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗିରର ସାଲେପାଲିସ୍ଥିତ ସଂପାଦକଙ୍କ ଘର ଓ ଡୁବୁଲା ପେକ୍ସ ଅଫିସରେ ଚଢ଼ାଉ ହୋଇଥିବ।। ସୂଚନା ରହିଛି ।
ବଲାଙ୍ଗିର, ସୋନପୁର, ବରଗଡ଼ ଏଂ ସମ୍ବଲପୁରର ମିଳିତ ଭିଜିଲାନସ ଟିମ୍ ଏହି ଚଢାଉ କରିଛନ୍ତି । ଚଢାଉ ପରେ ସମ୍ପାଦକଙ୍କ ବାସଭବନ, ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର-ଅସ୍ଥାବର ସଂପତ୍ତିକୁ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ଅଧିକାରୀ ଦାଶରଥୀ ସେଠୀ ସୂଚନା ଦେଇଛନ୍ତି । ସେଠୀ କହିଛନ୍ତି, ସମ୍ପାଦକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲ।। । ଅଭିଯୋଗ ଆଧାରରେ ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ବାସ ଭବନ ଉପରେ ଚଢ଼ାଉ କରାଯାଇଛି । ତାଙ୍କ ସମସ୍ତ ସମ୍ପତ୍ତିର ଆକଳନ କରାଯାଉଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

 

Related posts

କେରଳ ହାତୀ ମୃତ୍ୟୁ: ବିଶ୍ୱ ବ୍ୟାପୀ ୯୨୭ ପିଟିସନ ଦାଖଲ

mahabharatanews

ନାବାଳିକାର ସନ୍ତାନ ଜନ୍ମ ପରେ ପରିବାରକୁ ଗାଁ ଲୋକଙ୍କ ନିଆଁପାଣି ବାସନ୍ଦ

mahabharatanews

 ଲକଡାଉନ :  ବିପୁଳ ପରିମାଣର ମଦ ଜବତ

mahabharatanews