ଅପରାଧ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ

ବଲାଙ୍ଗିର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ । ବଲାଙ୍ଗିର ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗିରର ସାଲେପାଲିସ୍ଥିତ ସଂପାଦକଙ୍କ ଘର ଓ ଡୁବୁଲା ପେକ୍ସ ଅଫିସରେ ଚଢ଼ାଉ ହୋଇଥିବ।। ସୂଚନା ରହିଛି ।
ବଲାଙ୍ଗିର, ସୋନପୁର, ବରଗଡ଼ ଏଂ ସମ୍ବଲପୁରର ମିଳିତ ଭିଜିଲାନସ ଟିମ୍ ଏହି ଚଢାଉ କରିଛନ୍ତି । ଚଢାଉ ପରେ ସମ୍ପାଦକଙ୍କ ବାସଭବନ, ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର-ଅସ୍ଥାବର ସଂପତ୍ତିକୁ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ଅଧିକାରୀ ଦାଶରଥୀ ସେଠୀ ସୂଚନା ଦେଇଛନ୍ତି । ସେଠୀ କହିଛନ୍ତି, ସମ୍ପାଦକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲ।। । ଅଭିଯୋଗ ଆଧାରରେ ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ବାସ ଭବନ ଉପରେ ଚଢ଼ାଉ କରାଯାଇଛି । ତାଙ୍କ ସମସ୍ତ ସମ୍ପତ୍ତିର ଆକଳନ କରାଯାଉଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

 

Related posts

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

mahabharatanews

ରିୟାଙ୍କୁ ଦେଇଛନ୍ତି ଡ୍ରାଗ୍ସ ସାରା ଅଲି ଖାନ

mahabharatanews

ଅପହୃତ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ

mahabharatanews