Uncategorized

କୂଅରୁ ଜଣଙ୍କୁ ବଞ୍ଚାଇବାକୁ ଯାଇ ୩ ଜଣଙ୍କ ମୃତ୍ୟୁ

ଭୋପାଳ: କୂଅରେ ପଡ଼ି ୩ ଜଣଙ୍କର ମୃତ୍ୟୁ । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୫୦ କିଲୋମିଟର ଦୂର ଗଞ୍ଜ ବସୋଦାର ଏକ କୂଅରେ ୩୨ ଜଣ ଖସିପଡିଥିଲେ । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ ଜଣ କୂଅରେ ଫସି ରହିଛନ୍ତି ।
ଗୁରୁବାର ବିଳମ୍ବିତ ରାତିରେ କୂଅରେ ଜଣେ ବାଳକ ଖସି ପଡିଥିଲା । ବାଳକଟିକୁ ଉଦ୍ଧାର କରିବାକୁ କୂଅ ଚାରିପାଖରେ ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ କୂଅ ଚାରି ପାଖରେ ନିର୍ମିତ ଚାନ୍ଦିନୀ ଭୁଶୁଡି ପଡିଲା । ଫଳରେ କୂଅ ଭିତରେ ୩୨ ଜଣ ଖସି ପଡିଥିଲେ । ସେମାନଙ୍କ ମଧ୍ୟରୁ ୨୨ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୨୨ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ସାମାନ୍ୟ ଆହତ ହୋଇଛନ୍ତି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ଆହୁରି ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗେଯୋଗରେ ଅଛନ୍ତି। ଆହତ ଲୋକଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି।

 

Related posts

ଏନସିପି ବିଧାୟକ ପ୍ରକାଶ ସୋଲାଙ୍କିଙ୍କ ଇସ୍ତଫା ଘୋଷଣା

mahabharatanews

ପରୀକ୍ଷା ପାଇଁ ପିଲାଙ୍କ ଉପରେ ଚାପ ସୃଷ୍ଟି ନ କରିବାକୁ ମୋଦିଙ୍କ ପରାମର୍ଶ

mahabharatanews

ବସ ଦୁର୍ଘଟଣାଗ୍ରସ୍ତ: ୨୭ ଯାତ୍ରୀଙ୍କ ସଲିଳ ମୃତ୍ୟୁ

mahabharatanews