ରାଜନୀତି

ପଶ୍ଚିମ ବଙ୍ଗରେ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ରେ ଉପନିର୍ବାଚନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଟିଏମସିରୁ ରାଜ୍ୟସଭାକୁ ଯାଇଥିବା ଦୀନେଶ ତ୍ରିବେଦୀ ଫେବୃଆରୀ ୧୨ରେ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡିଥିଲା । ସାଂସଦ ଭାବେ ତାଙ୍କ କାର୍ୟ୍ୟକାଳ ୨୦୨୬ ଏପ୍ରିଲ ମାସରେ ଶେଷ ହେବ। ଭାରତୀୟ ନିର୍ବାଚନ କମିଶନ ଏନେଇ ସୂଚନା ଦେଇଛନ୍ତି। ସେ ଦଳରେ ଚାଲିଥିôବା ସ୍ୱେଚ୍ଛାଚାରିତା ପାଇଁ ଅଣନିଃଶ୍ୱାସୀ ହେଇପଡୁଥିବା ଇସ୍ତଫା ପରେ ଅଭିଯୋଗ କରିଥିଲେ। ଟିଏମସି ଛାଡ଼ି ସେ ବିଜେପିରେ ଯୋଗଦେଇଛନ୍ତି।
ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜୁଲାଇ ୨୨ରେ ପ୍ରକାଶ ପାଇବ। ଭୋଟ ଗ୍ରହଣ ଅଗଷ୍ଟ ୯ରେ ଅନୁଷ୍ଠିତ ହେବ। ସେହିଦିନ ଫଳାଫଳ ପ୍ରକାଶ ପାଇବ। ଉପ ନିର୍ବାଚନ ବେଳେ ସମସ୍ତେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବେ।

 

Related posts

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଟକ ପାରାଦୀପ ରାଜପଥ ଅବରୋଧ

mahabharatanews

ପରଲୋକରେ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେ

mahabharatanews

ଏବେବି ବିଜେଡି ନେତାଙ୍କ ଯାଉନି ପାଣ୍ଡିଆନ୍ ପ୍ରେମ ।

mahabharatanews