bharatରାଜନୀତି

ମନ୍ତ୍ରୀଙ୍କ ଦବଙ୍ଗଗିରି, ମହିଳା ଅଧିକାରୀଙ୍କୁ ଠେଙ୍ଗାରେ ପିଟିବାକୁ ଧମକ

କୋଲକାତା : ମନ୍ତ୍ରୀଙ୍କ ଦାଦାଗିରି ଭିଡିଓ ଭାଇରାଲ । ସ୍ପଷ୍ଟ ଦିବାଲୋକରେ ମହିଳା ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ପିଟିବାକୁ ଧମକ ଦେଲେ ମମତାଙ୍କ ମନ୍ତ୍ରୀ । ଏହାକୁ ନେଇ ବିଜେପି ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିଲେ ପଶ୍ଚିମବଙ୍ଗର ତୃଣମୂଳର ଜଣେ ରାଜ୍ୟ ମନ୍ତ୍ରୀ ଜଙ୍ଗଲ ବିଭାଗର ଜଣେ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଏବଂ ଧମକ ଦେଉଛନ୍ତି। ବିଜେପିର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଭିଡିଓରେ ବଙ୍ଗଳା ମନ୍ତ୍ରୀ ଅଖିଲ ଗିରି ମହିଳା ଅଧକାରୀଙ୍କ ଧମକଚମକ ଦେଉଥିବା ଦେଖିବାକୁ ମିଳିଛି । ଏହାକୁ ଦେଇ ସଂପୃକ୍ତ ମନ୍ତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିବିଜେପି ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଛି ।

ପଶ୍ଚିମବଙ୍ଗର ରାଜ୍ୟ ମନ୍ତ୍ରୀ ଅଖିଳ ଗିରି ଶନିବାର ଜଣେ ମହିଳା ଜଙ୍ଗଲ ଅଧିକାରୀଙ୍କ ସହ ଅସଦାଚରଣ କରିବା ସହ ତାଙ୍କୁ ଠେଙ୍ଗାରେ ପିଟିବାକୁ ଧମକ ଦେଇଛନ୍ତି। ଏହି ମହିଳା ଅଧିକାରୀ ପୂର୍ବ ମେଦିନାପୁର ଜିଲ୍ଲାର ତାଜପୁରରେ ହୋଇଥିବା ଅତିକ୍ରମଣ ହଟାଇବା ପାଇଁ ଦଳର ନେତୃତ୍ୱ ନେଉଥିଲେ। ଏହି ସମୟରେ ଜେଲ୍ ମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ ବିଭାଗ ଦଳ ଉପରେ ରାଗି ଯାଇଥିଲେ।

 

ମନ୍ତ୍ରୀ ସର୍ବସମ୍ମୁଖରେ ମହିଳା ଅଧକାରୀଙ୍କୁ ଅପମାନିତ କରିଛନ୍ତି । ତୁମେ ଜଣେ ସରକାରୀ କର୍ମଚାରୀ, କଥା କହିବା ସମୟରେ ମୋ ଆଗରେ ମୁଣ୍ଡ ନୁଆଁଇ କଥାବାର୍ତ୍ତା କର ବୋଲି ମନ୍ତ୍ରୀ ଅଖିଳ ଗିରି କହୁଥିବାର ଭିଡିଓରେ ଦେଖିବା ପାଇଁ ମିଳୁଛି । ଗୋଟିଏ ସପ୍ତାହ ମଧ୍ୟରେ ତୁମ ସହିତ କ’ଣ ହେବ ଦେଖ । ଏହି ଗୁଣ୍ଡାମାନେ ତୁମକୁ ଘରକୁ ଯିବାକୁ ଦେବେ ନାହିଁ । ତୁମେ ତୁମର ଆଚରଣରେ ଉନ୍ନତି କର, ନଚେତ୍ ମୁଁ ତୁମକୁ ଠେଙ୍ଗାରେ ପିଟିବି। ଏହି ବିଷୟରେ ମହିଳା ଅଧିକାରୀ ପରେ କହିଥିଲେ ଯେ ଆମେ ଜଙ୍ଗଲ ଜମି ମୁକ୍ତ କରିବାକୁ ଯାଇଛୁ। ଆମର ବାରମ୍ବାର ଚେତାବନୀ ପରେ ଅତିକ୍ରମଣ କରାଯାଇଥିଲା। ତେବେେ ଏହି ଘଟଣାକୁ ନେଇ ପରେ ବବାଲ ସୃଷ୍ଟି ହୋଇଛି ।

Related posts

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ଶୀତ ଅଧିବେଶନ

mahabharatanews

ରାଜ୍ୟ ବଜେଟ୍: ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

mahabharatanews

ଅମାନିଆ ବିଧାୟକଙ୍କୁ ଦଳରୁ ନିଲମ୍ବନ

mahabharatanews