(ରିପୋଟର୍ସ ଟୁଡେ) ; ପୁଣି ସାମ୍ନାକୁ ଆସିଲା ଯୌତୁକ ପାଇଁ ବଧୂ ହତ୍ୟା । କିଛୀ ଲୋଭର ବସବତିଃ ହୋଇ ଯୌତୁକ ପାଇଁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ସେମିତି କିଛି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରେ ।ସୂଚନା ଅନୁଯାୟି ଚଅଁରପୁର ଗ୍ରାମରେ ଜଣେ ନବ ବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ବାପଘର ଲୋକେ ଏହି ଅଭିଯୋଗ କରିଛନ୍ତି । ମୃତ ମହିଳା ହେଲେ ଅନିତା ପ୍ରସାଦ । ସେ ଗତ ଫେବ୍ରୁଆରୀ ୨୧ ତାରିଖରେ ଚନ୍ଦନ ଶେଖର ଜେନାଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ଶାଶୂଘର ଲୋକେ ଅନିତାଙ୍କୁ ଯୌତୁକ ନିର୍ୟାତନା ଦେଉଥିଲେ। ଯୌତୁକ ପାଇଁ ହିଁ ଅନିତାଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ କହିଛନ୍ତି ।ଏହି ଘଟଣାରେ ବାଲିକୁଦା ପୋଲିସ ଅନୀତାଙ୍କ ସ୍ବାମୀ ଚନ୍ଦନ ଶେଖର ଜେନାକୁ ଅଟକ ରଖିଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
