ଓଡିଶା

ଏଫ୍ଏମ୍ ବିଶ୍ୱବିଦ୍ୟାଳୟ କୁଳପତି ହେଲେ  ପ୍ରଫେସର ସନ୍ତୋଷ ତ୍ରିପାଠୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ବରିଷ୍ଠ ଫ୍ରଫେସର ସନ୍ତୋଷ ତ୍ରିିପାଠୀଙ୍କୁ ଗୁରୁବାର ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ତାଙ୍କୁ ଆସନ୍ତା ୪ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରାଯାଇଛି । ଏନେଇ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଫେସର ତ୍ରିପାଠୀ ଦିର୍ଘ ୩୦ ବର୍ଷ ଧରି କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢାଇ ଆସୁଛନ୍ତି । ବିଗତ କିଛି ବର୍ଷ ହେବ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ୍ଆଇଆର ବିଭାଗର ପ୍ରଫେସର ଭାବେ ପାଠ ପଢାଉଛନ୍ତି । ତାଙ୍କ ଅଧିନରେ ୧୭ ଟି ପିଏଚ୍ଡି ଛାତ୍ରଛାତ୍ରୀ ସଫଳ ଭାବେ ଗବେଷଣା କରିଥିବା ବେଳେ ୧୭ ଜଣ ଏମ୍ଫିଲ୍ ଛାତ୍ରଛାତ୍ରୀ ଗବେଷଣା କରିଛନ୍ତି । ତାଙ୍କର ପାଠ ପଢା ମସୟ ମଧ୍ୟରେ ସେ ୧୦ଟି ପୁସ୍ତକ ଲେଖିଛନ୍ତି । ସୂଚନାଯୋଗ୍ୟ, ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦିର୍ଘ ୧୦ରୁ ଅଧିକ ସମୟ ଧରି ପିଏମ୍ଆଇର ବିଭାଗରେ ପାଠ ପଢାଉଛନ୍ତି । ତେବେ ଏଫ୍ଏମ୍ ବିଶ୍ୱବିଦ୍ୟାଳୟର କୁଳପତି ପାଇଁ ତିନି ଜଣଙ୍କ ନାଁ ରହିଥିବା ବେଳେ ପ୍ରଫେସର ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି ।

Related posts

ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁ କନ୍ୟା କୁ ନୂଆ ଜୀବନ ଦେଇଥିବାରୁ ଡାକ୍ତରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରିଲେ ସମ୍ବର୍ଦ୍ଧିତ

mahabharatanews

ଜଣେ ଯାତ୍ରୀଙ୍କୁ ବସରୁ ବାହାରକୁ ଠେଲିଦେଲେ ବସ କର୍ମଚାରୀ

mahabharatanews

ଆସନ୍ତା ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews