ଓଡିଶା

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତ ଦେହ

(କରଞିଆ) ; ନଦୀରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଛି , ତାହା ହତ୍ୟା ନା ଆତ୍ମହତ୍ୟା ଜଣା ପଡିନାହିଁ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ ଜିଲ୍ଲା ରୁରୁଆଂ ତାନା ଅନ୍ତଗର୍ତ ଜାମଦା ପାଳ ଗାଁ ନିକଟରେ । ସୂଚନା ଅନୁ୍ାଯାୟି ଜାମଦାପାଳ ଗ୍ରାମ ନିକଟରେ ଥିବା ଭଣ୍ଡନ ନଦୀରେ ଆଜି ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମୃତଦେହକୁ ନଦୀ ଭିତରୁ ଉଦ୍ଧାର କରିଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ମା’ ପିଣ୍ଡାଙ୍ଗି ବୁଢି ଠାକୁରାଣୀଙ୍କ ଗୁସୁ ପେନୁ ପୂଜା

mahabharatanews

୧୩୭୧ ଜଣ ପ୍ରବାସୀ ବ୍ୟକ୍ତି ଆସିଲେ ପୁରୀ ଜିଲ୍ଲାକୁ

mahabharatanews

ଚାଷୀଙ୍କ ପାଇଁ ଖୁସି ଖବର; ଏହି ଦିନ ମିଳିବ ସିଏମ କିଷାନ ଟଙ୍କା

mahabharatanews