ଓଡିଶା

କାର ସହ ଟ୍ରକ ମୁହାଁ ମୁହିଁ ଧକ୍କା , ୨ ମୃତ

(ଭୁବନେଶ୍ୱର) ;  ଭୁବନେଶ୍ୱର ଯାଉଥିବା ବେଳେ ଟ୍ରକ ସହ କାରଟି ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଏହି ଦୁର୍ଘଟଣାଟି ସମ୍ବଲପୁର ଜିଲ୍ଲା ଯୁଯୁମରା ଅନ୍ତଗତ୍ର କୟାକୁଦ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ରେ ଘଟିଛି । ସୂଚନା ଅନୁଯାୟି ରବିବାର ବିଳମ୍ବିତ ରାତିରେ ଏକ କାରରେ ୪ ଜଣ ବ୍ୟକ୍ତି ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। କୟାକୁଦ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ କାରଟିର ମୁହାଁମୁହିଁ ଧକ୍କା ହୋଇଥିଲା। କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।କାର ଚାଳକ ଓ ସାମ୍ନାରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପଛରେ ବସିଥିବା ଦୁଇ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି। ମୃତାହତ ମାନେ ରାଉରକେଲାର ଛେଣ୍ଡ୍ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ। ଯୁଯୁମରା ପୁଲିସ୍ ଘଟଣାର ତଦନ୍ତ କରୁଛି।

 

Related posts

ଥମୁନି ମଣିପୁର ହିଂସା : ଜୁଲାଇ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews

ଟୁକୁଣା ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews

ଆସନ୍ତୁ ବୁଲିଯିବା ‘କୋଇଲି ଘୋଘର’

mahabharatanews