ଓଡିଶା

ଫ୍ରି ଫାୟାର ହେଲା କାଳ

(ତେଲକୋଇ) ; ଗେମ ଆଜିକାଲିର ପିଲାଙ୍କ ପାଇଁ ଏକ ଟ୍ରେଣ୍ଡ ହୋଇଗଲାଣି । ଆଉ ଏହି ଖେଳ କେତେକଙ୍କ ଜୀବନ ମଧ୍ୟ ନେଇଛି । ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଦଶମ ଶ୍ରେଣୀ ଛାତ୍ର ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ । କୁଅଁର ଖଣ୍ଡାଙ୍କ ପୁଅ ୧୫ ବର୍ଷୀୟ ଅଗସ୍ତି ଖଣ୍ଡା ମୋନାହାରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପାଠ ପଢୁଥିଲେ । ପୁଅ ଅନଲାଇନରେ ପାଠ ପଢିବ ବୋଲି ସ୍ମାର୍ଟ ଫୋନ୍ କିଣି ଦେଇଥିଲେ । କିନ୍ତୁ ପୁଅ ପାଠ ପଢା ଛାଡି ଗେମ ଖେଳି ମାନସିକ ସ୍ଥିତି ହରାଇ ବସିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ତୋରାଣି ପୋଖରୀ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Related posts

ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ

mahabharatanews

ଓଡିଶା ସାର୍ବଜନୀନ ପରୀକ୍ଷା ବିଲ୍ -୨୦୨୪ ବିଧାନସଭାରେ ଆଗତ

mahabharatanews

ଟ୍ରେନ୍ ଦୁର୍ଘଟଣା : ମୃତ୍ୟୁ ୨୮୮, ଆହତ ୯୦୦

mahabharatanews