ଓଡିଶା

ଅଗଷ୍ଟ ୧ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏହି ଲଘୁଚାପ ସକ୍ରିୟ ଥିବା ବେଳେ ଏହାର ପ୍ରଭାବରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ । ବିଭାଗ ପକ୍ଷରୁ ଅଗଷ୍ଟ ୧ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜିଠାରୁ ଦୁଇଦିନ ୬ ଜିଲ୍ଲାକୁ ଏବଂ କାଲିଠୁ ଅଗଷ୍ଟ ୧ ତାରିଖ ପର୍ୟ୍ୟନ୍ତ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆଜି ସକାଳ ସାଢେ ୮ଟାରୁ ଆସନ୍ତା କାଲି ସାଢେ ୮ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଡି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆସନ୍ତା କାଲି ସାଢେ ୮ଟାରୁ ୧ ତାରିଖ ସକାଳ ୮ଟା୩୦ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର ବିଶ୍ୱାସ ।ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଲଗାଣ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ ଗମନାଗମନରେ ସମସ୍ୟା ନେଇ ମଧ୍ୟ ସତର୍କତା ଜାରି କରିଛି ବିଭାଗ ।

 

Related posts

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାର ଉପରେ; ଆଉ ୧୦୩୦ ସଂକ୍ରମିତ ଚିହ୍ନଟ

mahabharatanews

ଝଡ଼ବର୍ଷାରେ ଭିଜିବ ୧୩ ଜିଲ୍ଲା  

mahabharatanews

ସବୁଠି ବଢିଛି କେଜିଏଫ୍ କ୍ରେଜ୍, ଫିଲ୍ମ ଦେଖିବାକୁ ରାତି ୨ରୁ ଲମ୍ବା ଲାଇନ୍

mahabharatanews