ଅପରାଧ

ବିଶ୍ୱାସରେ ବିଷ ଦେଲା ବନ୍ଧୁ

(ମୁମ୍ବାଇ) ; ବିଶ୍ୱାସର ପ୍ରତୀକ ହେଉଛି ବନ୍ଧୁତ୍ୱା । ଆଉ ସେ ବନ୍ଧୁ ଯଦି ବିଶ୍ୱାସରେ ବିଷ ଦିଏ କହିବ କାହାକୁ ? ବାର୍ଥଡେ ପାର୍ଟି ଦେବା ନାଁରେ ହୋଟେଲକୁ ଡାକି ଦୁଷ୍କର୍ମ କଲେ ବନ୍ଧୁ । ଏମିତି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ମାୟା ନଗରୀ ମୁମ୍ବାଇ ସହରରେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟି ମହିଳା କହିଛନ୍ତି ଯେ ସେ ଏକ ଡେଟିଂ ଆପ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ଭେଟିଥିଲେ ଏବଂ ସେମାନେ ଏକ ମାସରୁ ଅଧିକ ସମୟ ହେବ ପରସ୍ପର ସହ ଚାଟ୍ କରିଥିଲେ। ସୋମବାର ଦିନ ଅଭିଯୁକ୍ତ ଜଣକ ମହିଳାଙ୍କ ଜନ୍ମଦିନ ପାଳନ କରିବାକୁ ମୁମ୍ବାଇର ୱର୍ଲି ଅଞ୍ଚଳର ଏକ ଫାଇଭ୍ ଷ୍ଟାର ହୋଟେଲକୁ ଯାଇଥିଲେ । ମହିଳା ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ତାଙ୍କୁ ଏକ ଗ୍ଲାସ ମଦ ଦେଇଥିଲା। ମହିଳା ଜଣକ କହିଛନ୍ତି ଯେ ମଦ ପିଇବା ପରେ ତାଙ୍କୁ ତୁରନ୍ତ ନିଦ ଲାଗିଥିଲା। ସେ ଶୋଇବା ଆରମ୍ଭ କରିବା ପରେ ଅଭିଯୁକ୍ତ ତାଙ୍କୁ ଯୌନ ନିର୍ୟାତନା ଦେଇଥିଲା। ଏହାପରେ ନିଜ ପରିବାରକୁ ସବୁ କଥା କହିଥିଲେ। ପରେ ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରାଯାଇଛି।

 

Related posts

ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ ଅଭିଯୋଗରେ ୩ ଗିରଫ

mahabharatanews

ମହିଳା ଆଇଆଇସିଙ୍କ ଠାରୁ ଚେନ ଲୁଟ ମାମଲାରେ ୨ଅଭିଯୁକ୍ତ ଗିରଫ

mahabharatanews

ଜେଲରେ ବ୍ରାଉନସୁଗାର: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

mahabharatanews