Uncategorized

ପନିପରିବା ଚୋପାରୁ କାଗଜ

(ବେଙ୍ଗାଲୁର) ; ୧୦ ବର୍ଷର ଝିଅର କମାଲ । ପନିପରିବା ଚୋପାରୁ ତିଆରି କଲେ କାଗଜ । ଆଉ ଏହି କମାଲ କରି ଦେକାଇଛନ୍ତି ବେଙ୍ଗାଲୁରର ଜଣେ ଷଷ୍ଠ ଶ୍ରେଣିର ଛାତ୍ରୀ । ତାଙ୍କର ଏଭଳି କାର୍ୟ୍ୟକୁ ନେଇ ଏବେ ସବୁଠି ପ୍ରଶଂସା କରାଯାଉଛି । କାରଣ ଏହା ପରିବେଶ ସୁରକ୍ଷାର ବାର୍ତ୍ତା ବୋଲି ସମସ୍ତେ ଚର୍ଚ୍ଚା କରୁଛନ୍ତି । ସେପଟେ ମିଳିତ ଜାତିସଂଘ-ଜଳ ପରିବେଶ ସଂରକ୍ଷଣରେ ଛାତ୍ରୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛି ।ତାଙ୍କର ସବୁଜ ଉଦ୍ୟମରେ ସକ୍ରିୟ ଭାବରେ ଜଡିତ ଅଛି ଏବଂ ଅଧିକାଂଶ ସମୟ ପ୍ରକୃତି ସଂରକ୍ଷଣ ପାଇଁ ପ୍ରଚାର କରୁଛି । ଜେଜେମା’ଙ୍କ ଘରେ ସବୁଜତା ମଧ୍ୟରେ ବଢିଥିବା ହର୍ଷ ସର୍ବଦା ପ୍ରକୃତି ପ୍ରତି ଆକର୍ଷିତ ରୁହନ୍ତି । ସହରରେ ଅଳିଆ ଆବର୍ଜନା ପକାଇବା ବିଷୟରେ ଚିନ୍ତା କରିବା ମାତ୍ରେ ସେ ବଢୁଥିବା ବିପଦକୁ ରୋକିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ସେ ପରିବେଶ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ବ୍ଲଗ୍ ସୃଷ୍ଟି କରିଥିଲେ ।

Related posts

ଋଷିଆର ପ୍ରଧାନମନ୍ତ୍ରୀ ମିଖାଲି ମିଶୁଷ୍ଟିନ ମଧ୍ୟ କରୋନା ଭାଇରସ ପଜିଟିଭ

mahabharatanews

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧନା

mahabharatanews

ପାହାଡ଼ର ମଝିରେ ଗଢି ଉଠିଛି ଅଲଙ୍ଗ ସହର

mahabharatanews