ଓଡିଶା

ନିମ୍ନମାନର କାମ: ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଘାଇ

କଳାହାଣ୍ଡି: କଳାହାଣ୍ଡି ପରି ମରୁଡି ପ୍ରପୀଡିତ ଜିଲ୍ଲାକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ କୋଟିକୋଟି ଟଙ୍କା ବେୟରେ ନିର୍ମାଣ ହୋଇଥିଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ । ଏହି ମେଗା ପ୍ରକଳ୍ପରୁ ଚଳିତ ବର୍ଷରୁ କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଛଡ଼ା ଗଲା । କିନ୍ତୁ ପ୍ରଥମ ପାଣି ଛଡା ହେଉହେଉ କୋକସରା ବ୍ଲକ୍ ମାଝିଗୁଡ଼ା ନିକଟରେ ଥିବା ନବନିର୍ମିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧରେ ସୃଷ୍ଟି ହୋଇଗଲା ଘାଇ । ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇ ଶହ ଶହ ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଗଲା। ବହୁ ଅର୍ଥ ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମପ୍ରୋଜେକ୍ଟ ଆରମ୍ଭ ହୋଇ ହେଉ ନ ହେଉଣୁ ବନ୍ଧ ଭୁଶୁଡି ପଡିଲା ।

ଗତକାଲି ରାତିରେ କେନାଲ ଦେଇ ଜଳ ଛଡ଼ା ଯିବା ବେଳେ ବନ୍ଧରେ ଘାଇ ସୃଷ୍ଟି ହୋଇଛି । ଏଥିରୁ ବନ୍ଧ ନିର୍ମାଣରେ କେତେ ଉନ୍ନତମାନର କାମ ହୋଇଥିଲା ତାହା ସହଜରେ ଜଣା ପଡୁଛି । ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ନିମ୍ନମାନର କାମ ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଛି । ଫଳରେ ନିକଟସ୍ଥ ଚାଷ ଜମିରେ ପାଣି ମାଡି ଯାଇଛି । ଚାଷୀ ଋଣ କରି ଧାନ ବୁଣା ଓ ରୁଆ ସାରିଥିବାରୁ ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହେଉଛି । ଏବେ କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

 

Related posts

ରାଜଧାନୀରେ ୨୦୨୦ରେ ଅପରାଧ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ କମ ରହିଛି

mahabharatanews

ଆସନ୍ତାକାଲି ଘନ କୁହୁଡି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ଛାତ୍ର ଛାତ୍ରୀଙ୍କୁ ଚାଉଳ ବଣ୍ଟନ

mahabharatanews