ଓଡିଶା

 ସିଧାରପ୍ରସ।ରଣକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

କଟକ: ହାଇକୋର୍ଟରୁ ବିଭିନ୍ନ ମାମଲାର ଶୁଣାଣୀର ସିଧା ପ୍ରସାରଣ ପାଇଁ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ବାର୍ ଆସୋସିଏସନ୍ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ନିଷ୍ପତି ପ୍ରତ୍ୟାହାର ପାଇଁ ହାଇକୋର୍ଟରେ ଦାବି କରାଯାଇଛି। ଏହା ଓକିଲଙ୍କ ସୁରକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଇଛି। ଜଜ କିମ୍ବା ମହକିଲ ମାନଙ୍କ ପାଇଁ ମଧ୍ୟ ଏହା କ୍ଷତିକାରକ ହେବ ବୋଲି ହାଇକୋର୍ଟ ବାର୍ ପକ୍ଷରୁ କୁହାଯାଇଛି । ତେଣୁ ଏହି ନିଷ୍ପତ୍ତିରୁ କୋର୍ଟ ଓହରି ଯିବାକୁ ଦାବି କରାଯାଇଛି । ଏହି ନିଷ୍ପତି ପ୍ରତ୍ୟାହାର ଲାଗି ବୁଧବାର ପୂର୍ବାହ୍ନ ପର୍ୟ୍ୟନ୍ତ ସମୟ ଦିଆଯାଇଛି ।
ବୁଧବାର ପୁଣି ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ଯଦି ଦାବି ପୂରଣ ନହୁଏ ତେବେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସମ୍ପର୍କରେ ସେଠଠାରେ ନିଷ୍ପତି ନିଆଯିବ , ଆବଶ୍ୟକ ହେଲେ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛି ହାଇକୋର୍ଟ ବାର ।

 

Related posts

ରାଇରଙ୍ଗପୁର ପୁର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ

mahabharatanews

ଅମ୍ଫାନ ସାଇକ୍ଲୋନ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାର ଜାରି ରହିଛି ବର୍ଷା

mahabharatanews

ବାହାରିଲା ଶ୍ରୀମନ୍ଦିରରୁ ମହାପ୍ରସାଦ 

mahabharatanews