ଓଡିଶା

ପ୍ରେମ ବିବାହ କରିଥାନ୍ତେ ! ଜୀବନ ହାରିଲେ କନ୍ୟା

(ଢେଙ୍କାନାଳ) ; ମାସେ ପରେ ପ୍ରେମ ବିବାହ କରିଥାନ୍ତେ ବାହାଘର ପାଇଁ ଉଭୟ ଘର ଲୋକ ମଧ୍ୟ ଖୁସି ଥିଲେ । କିନ୍ତୁ ସେ ଖୁସିରେ ଛାଇଗଲା କଳା ବାଦଲ । ଘର ଫ୍ୟାନରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲ ଗ୍ରାମରେ । ସୂଚନା ମୁତାବକ ଗାଁରେ ଜଣେ ଯୁବତୀଙ୍କ ସହ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ବିବାହ ସ୍ଥିର ହୋଇଥିଲା । ସବୁ ବନ୍ଦୋବସ୍ତ ବି ସରିଥିଲା । କିନ୍ତୁ ବିବାହ ପୂର୍ବରୁ କନ୍ୟାର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଘର ଫ୍ୟାନରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏପରିକି ବର ଚମ୍ପଟ ମଧ୍ୟ ମାରିଥିବା ଜଣାପଡିଛି । ସବିଠରୁ ବଡକଥା ହେଲା ଭୟ ବର ଓ କନ୍ୟା ପ୍ରେମ କରି ବିବାହ ପାଇଁ ସ୍ଥିର କରିଥିଲେ । ପରିବାର ଲୋକେ ମଧ୍ୟ ରାଜିଥିଲେ । ଏପରିକି ପ୍ରେମ ବିବାହ ପାଇଁ ମାସକ ପୂର୍ବରୁ ବର କନ୍ୟା ଘରେ ମଧ୍ୟ ରହୁଥିଲା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

 

 

 

 

Related posts

୫ଟି ସଚିବଙ୍କ ବଲାଙ୍ଗୀରି ଗସ୍ତ

mahabharatanews

ରାଜ୍ୟରେ ଗଡ଼ୁନି ବସ, ନାହିଁନଥିବା ହଇରାଣରେ ଯାତ୍ରୀ  

mahabharatanews

ବାଇକ ଦୁର୍ଘଟଣାରେ ହଲ୍ଲିକ୍ସ କର୍ମଚାରୀଙ୍କ ମୃତ୍ୟୁ

mahabharatanews