ରାଜନୀତି

କର୍ଣ୍ଣାଟକ କ୍ୟାବିନେଟରେ ସାମିଲ ହେଲେ ୨୯ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ କ୍ୟାବିନେଟରେ ୨୯ ବିଜେପି ବିଧାୟକ ଶପଥଗ୍ରହଣ କରିଛନ୍ତି । ଆଜି ଶପଥ ନେଉଥିବା ବିଧାୟକଙ୍କ ମଧ୍ୟରେ ଆର ଅଶୋକ, ବି ଶ୍ରୀରମୁଲୁ, ଗୋବିନ୍ଦ କରଜୋଲ ଓ କେ ଏସ ଏଶ୍ୱରାପ୍ପା ପ୍ରମୁଖ ରହିଛନ୍ତି । ବିଧାୟକମାନଙ୍କୁ ରାଜଭବନରେ ବୁଧବାର କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ଶପଥପାଠ କରାଇଛନ୍ତି ।
ଆଜିର ଏହି ଶପଥପାଠ ପୂର୍ବରୁ ମୁଖ୍ୟମ଼ନ୍ତ୍ରୀ ବୋମାଇ କହଥିଲେ ଯେ, ନୂଆ କ୍ୟାବିନେଟରେ ୭ ଓବିସି, ୩ ଅନୁସୂଚିତ ଜାତି, ଜଣେ ଅନୁସୂଚିତ ଜନଜାତି, ସାତ ଭୋକାଲିଗା, ୮ ଲିନଙ୍ଗାୟାତ, ଜଣେ ରେଡ୍ଡି ଓ ଜଣେ ମହିଳା ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଛି । ସେ ଆହୁରି ସୂଚନା ଦେଇଥିଲେ କି, ଚଳିତ ମନ୍ତ୍ରୀମଣ୍ଡଳରେ କେହି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ ।
ବିଏସ ୟଦୁରପ୍ପାଙ୍କ ଇସ୍ତଫାର ୨ ଦିନ ପରେ ବୋମାଇ ଜୁଲାଇ ୨୮ ତାରିଖରେ ରାଜ୍ୟର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

Related posts

ଭି ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ କବିସୂର୍ଯ୍ୟନଗର ବିଧାୟିକା ଙ୍କ ଶୋକ

mahabharatanews

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ଫୁଟିଲା ବୋମା

mahabharatanews

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

mahabharatanews