ଅପରାଧଓଡିଶାରାଜନୀତି

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ମଦ ବୋତଲ ମାଡ କଲେ ଦୁର୍ବୁତ୍ତ

ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ସୂଚନା । ଖବର ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମରେ ଏମପିଙ୍କ ବାସଭବନ ହୋଇଥିବା ବେଳେ କେହି ଦୃର୍ବୁତ୍ତ ତାଙ୍କ ଘର ଉପରକୁ ମଦ ବୋତଲ ମାଡ କରିଛି । ଏନେଇ କୁଆଖିଆ ଥାନାରେ ଅଭିଯୋଗ ହୋଇଛି। ସେହିପରି ପୂର୍ବରୁ ମଧ୍ୟ ଏମ୍‌ପିଙ୍କ ପୁତୁରାଙ୍କୁ ଧମକ ଦିଆଯାଉଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ଏହି ଉଭୟ ଘଟଣାକୁ କେନ୍ଦ୍ର କରି ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୁଆଖିଆ ଥାନା ଅଧିକାରୀଙ୍କ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି।

Related posts

ମାଲବାହୀ ଟ୍ରକରେ ଆସୁଛି ବେଆଇନ ବନ୍ଧୁକ,୨୦ ହଜାର ଟଙ୍କାରେ ମିଳୁଛି ବନ୍ଧୁକ

mahabharatanews

ଆଜି ବସିବ ରତ୍ନଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

 ପ୍ରବଳ ବର୍ଷାର ମୁକାବିଲା ପାଇଁ ସତର୍କ

mahabharatanews