ଓଡିଶା

ହଜିଗଲା ମାନବିକତା

(ବଲାଙ୍ଗିରି) ; ମଣିଷ ହଜାଇ ସାରିଲାଣି ମାନବିକତା , ମଣିଷ ପଣିଆ । (ଜାତି ଧର୍ମ ବର୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ ) ଏ କଥା କେବଳ କଥାରେ ହିଁ ରହିଗଲା । ଏବେବି ଲୋକମାନଙ୍କ ମଧ୍ୟରେ ଜାତିଆଣ ଚିନ୍ତାଧାର ଦେଖିବାକୁ ମିଳୁଛି । ଅନ୍ୟ ଜାତିରେ ବାହା ହେଲେ ବୋଲି ବାସନ୍ଦ କରିଦେଲେ । କିନ୍ତୁ ମଲାବେଳେ ବି କେହି ପାଖ ମାଡିଲେଣି । ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ ମାରୁଆ ପଞ୍ଚାୟତ ର ପଢେଲ ଗାଁରେ । ସୂଚନା ଅନୁଯାୟି ପଢେଲ ଗାଁର ସୀତା ସରାଫଙ୍କୁ ଛତିଶଗଡ଼ ଅଞ୍ଚଳର କଲ୍ୟାଣ ସୁନାନୀ ପ୍ରେମ ବିବାହ କରିଥିଲେ। ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କୁ ବାସନ୍ଦ କରିଥିଲେ । କିଛି ଦିନ ଗାଁରେ ରହିବା ପରେ ଉଭୟ ପତିପତ୍ନୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ପ୍ରାୟ ୧୦ ବର୍ଷ ରହିବା ପରେ ପୁଣି ଗାଁକୁ ଫେରି ଆସିଥିଲେ ।ବିଭିନ୍ନ ଘାତ ପ୍ରତିଘାତର ସାମନା କରିବା ପରେ ସ୍ୱାମୀ ସ୍ତ୍ରୀ ଦୁହେଁ ଏକାଠି ରହିଥିବା ବେଳେ ପିଲାମାନେ ଅନ୍ୟତ୍ର ରହି ଆସୁଥୁଲେ ଜ୍ଝ ଗତ ରବିବାର କଲ୍ୟାଣ ସୁନାନୀଙ୍କ ମୃତ୍ୟୁ ଘଟିଥିଲା । ଘଣ୍ଟା ଘଣ୍ଟା ଧରି ଘରେ ଶବ ପଡିରହିଥିଲେ ମଧ୍ୟ ପାଖକୁ କେହି ଭାଇ ବନ୍ଧୁ ଆସିନଥିଲେ। ବଞ୍ଚିଥିବା ବେଳେ ବାସନ୍ଦ କଲେ ମାଲା ପରେ ମଧ୍ୟ କେହି ପାଖ ମାଡିନଥିଲେ । ଶେଷରେ ନାବାଳକ ପୁଅ ଶବକୁ ଶଗଡ଼ ଗାଡ଼ିରେ ମଶାଣିକୁ ନେଇଥିଲେ । ଖବର ପାଇ ଗାଁର କିଛିଲୋକ ଏବଂ ସେବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଘଟଣାସ୍ଥଳରେ ପହଁଚି ଶବ ସତ୍କାର କରିବାରେ ସାହାଯ୍ୟ କରିଥିଲେ।

Related posts

ଅକ୍ଟୋବର ୨୮ରେ ପାରାଦୀପ ଟ୍ରଷ୍ଟ ନିର୍ବାଚନ

mahabharatanews

ଡେଙ୍ଗୁ ଆତଙ୍କ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୨୫କୁ ବୃଦ୍ଧି

mahabharatanews

୪ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

mahabharatanews