ଓଡିଶା

ଖରିଫ୍ ୨୦୨୬ ପାଇଁ ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ବଡ଼ ଆର୍ଥିକ ସହାୟତା

ଖରିଫ୍ ଋତୁ ପାଇଁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟର କୃଷି କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ସରକାର ଚଳିତ ଖରିଫ୍ ୨୦୨୬ ଋତୁ ପାଇଁ ଏକ ବୃହତ୍ ଋଣ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟର କୃଷି କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ସରକାର ଚଳିତ ଖରିଫ୍ ୨୦୨୬ ଋତୁ ପାଇଁ ଏକ ବଡ଼ ଋଣ ଯୋଜନା ଘୋଷଣା କରିଛନ୍ତି। ଏଥର ଖରିଫ୍ ଋତୁରେ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଚାଷୀଙ୍କୁ ମୋଟ ୧୧,୫୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥର ଖରିଫ୍ ଋତୁରେ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଚାଷୀଙ୍କୁ ମୋଟ ୧୧,୫୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ, ସମବାୟ ବ୍ୟାଙ୍କ, ପ୍ୟାକ୍ସ (PACS) ଓ ଅନ୍ୟାନ୍ୟ ବ୍ୟାଙ୍କ ମାଧ୍ୟମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଉଥିବା ଚାଷୀଙ୍କ ପାଇଁ ସୁଧ ହାର ଶୂନ୍ୟ (୦%) ରହିବ।

ସେହିପରି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା ଚାଷୀଙ୍କ ପାଇଁ ସୁଧ ହାର ମାତ୍ର ୨% ରହିବ, ଯଦି ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ, ଏଣିକି ପ୍ୟାକ୍ସ (PACS) ଜରିଆରେ ସମସ୍ତ ସ୍ୱଳ୍ପମିଆଦି କୃଷି ଋଣ କେବଳ ଅନଲାଇନ୍ ମାଧ୍ୟମରେ ହିଁ ପ୍ରଦାନ କରାଯିବ। ଯେଉଁ ପ୍ୟାକ୍ସଗୁଡ଼ିକ ଅନଲାଇନ୍ ବ୍ୟବସ୍ଥା ଗ୍ରହଣ କରିନାହାନ୍ତି, ସେମାନଙ୍କୁ ଖରିଫ୍-୨୦୨୬ ପାଇଁ ରିଫାଇନାନ୍ସ ସୁବିଧା ମିଳିବ ନାହିଁ। ଋଣ ଟଙ୍କା ସିଧାସଳଖ ଚାଷୀଙ୍କ ସଞ୍ଚୟ ବ୍ୟାଙ୍କ ଖାତାକୁ ଯିବ, ଯାହା ପାଇଁ ଚାଷୀଙ୍କ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟର କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବଳରାମ ଯୋଜନା ଜରିଆରେ ଭାଗଚାଷୀ, ଜମିହୀନ ଚାଷୀ ଏବଂ ମୌଖିକ ଲିଜ୍ ଧାରିଙ୍କୁ ମଧ୍ୟ ଅଧିକ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ୟାକ୍ସଗୁଡ଼ିକ ନିଜର ମୋଟ ଋଣର ଅତିକମରେ ୧୦% ଏହି ବର୍ଗର ଚାଷୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts

କୂଅରୁ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

mahabharatanews

ଶୌଚସାରି ଧୋଇ ହେବାକୁ ଯାଇ ଗଡ଼ିଆରେ ବୁଡି ଦୁଇଭାଇଙ୍କ ମୃତ

mahabharatanews

 ଏମଆରଆଇ ୟୁନିଟ କାର୍ଯ୍ୟକ୍ଷମ ପରେ ୧୨୦ ରୋଗୀ ଉପକୃତ 

mahabharatanews