ଓଡିଶା

ଦୁଇ କାର ମୁହାଁମୁହିଁ ଧକ୍କା : ଅତିରିକ୍ତ ଜିଲ୍ଲାପାଳ ଆହତ

ନୟାଗଡ(ମହାଭାରତ): ନୟାଗଡରେ ଦୁଇ କାର ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ମୋଟ ୭ ଜଣ ଆହି ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିଶଙ୍କର ନାୟକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କର ଗୋଡ ଭାଙ୍ଗି ଯାଇଥିବା ଜଣାଯାଇଛି ।
ନୟାଗଡ ଦଶପଲ୍ଲା ଥାନାର ରଙ୍ଗମାଟିଆ ଛକ ନିକଟରେ ଏଭଳି ଏକ ଭୟାନକ ଦୁର୍ଘଟରା ଘଟିଯାଇଛି । ଅତିରିକ୍ତ ଜିଲ୍ଲାପାଳ ନିଜ କାରରେ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି କାରରେ ଥିବା ୪ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଏବଂ ତାଙ୍କ ସହ ଥିବା ଅନ୍ୟ ଦୁଇ ଜର ବ୍ୟକ୍ତି ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି । ଶ୍ରୀ ନାୟକଙ୍କ ଗୋଡ ଏହି ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଆହତମାନଙ୍କ ଅବସ୍ଥାକୁ ଦେଖି ସେମାନଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Related posts

ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

mahabharatanews

ପାନୀୟ ଜଳ ପାଇଁ ଡହଳ ବିକଳ ହେଲେ ଗ୍ରାମବାସୀ

mahabharatanews

ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ଦେବୀ ପ୍ରସାଦ ମିଶ୍ର

mahabharatanews