ଓଡିଶା

କେନ୍ଦ୍ରାଞ୍ଚଳର ନବନିଯୁକ୍ତ ସବ୍-ଇନ୍ସପେକ୍ଟରମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ

କେନ୍ଦ୍ରାଞ୍ଚଳ ଅଧୀନସ୍ଥ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୮୦ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କ ପାଇଁ ଆଜି କଟକସ୍ଥିତ ଆଇପିଏସ୍ ଅଫିସର୍ସ ମେସ୍‌ର ପାଢ଼ୀ ମେମୋରିଆଲ୍ ହଲ୍‌ରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନବନିଯୁକ୍ତ ଅଧିକାରୀମାନଙ୍କୁ ପୋଲିସ୍ ଦାୟିତ୍ୱ, ସମସାମୟିକ ଅପରାଧ ଏବଂ ପୋଲିସିଂର ବିଭିନ୍ନ ଦିଗ ସମ୍ପର୍କରେ ଆବଶ୍ୟକୀୟ ମାର୍ଗଦର୍ଶନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଓଡ଼ିଶାର ଡିଜିପି ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ୍ ଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଡଃ ସତ୍ୟଜିତ ନାଏକ, ଆଇଜିପି, କେନ୍ଦ୍ରାଞ୍ଚଳ, କଟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ସବ୍-ଇନ୍ସପେକ୍ଟରମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ।

ନବନିଯୁକ୍ତ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଡଃ ସତ୍ୟଜିତ ନାଏକ ଶୃଙ୍ଖଳା, ବୃତ୍ତିଗତ ସଚ୍ଚୋଟତା, ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ଆଇନର ଶାସନ ପ୍ରତି ସମ୍ମାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରିବର୍ତ୍ତିତ ଅପରାଧର ସ୍ୱରୂପ ଓ ପୋଲିସିଂରେ ଆସୁଥିବା ନୂତନ ଆହ୍ୱାନକୁ ଦୃଷ୍ଟିରେ ରଖି ନିଜ ଜ୍ଞାନ ଓ ଦକ୍ଷତାକୁ ନିରନ୍ତର ଭାବେ ବିକଶିତ କରିବା ସହ ନିଷ୍ଠା, ନିରପେକ୍ଷତା ଓ ବୃତ୍ତିଗତ ମନୋଭାବର ସହିତ ଦାୟିତ୍ୱ ତୁଲାଇବାକୁ ସେ ନବନିଯୁକ୍ତ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।

Related posts

ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews

ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ,

mahabharatanews

ରାଜସ୍ଥାନ କୋଟାରେ ନିଟ୍‌ କୋଚିଂ ନେଉଥିବା ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews