ଓଡିଶା

ପୋଖରୀକୁ ଟ୍ରାକ୍ଟର ଖସି ୪ ମୃତ

ମାଲକାନଗିରି: ଆଜି ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଏକ ଟ୍ରାକ୍ଟରରେ ଯାଉଥିଲେ । ଚାଲିଗଲା ୪ ଆଦିବାସୀଙ୍କ ଜୀବନ । ଏପରି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ । ଟ୍ରାକ୍ଟରଟି ରାସ୍ତା ପାର୍ଶ୍ୱ ପୋଖରୀ ଭିତରେ ପଶି ଯାଇଥିଲା। ୧୯ ଜଣ ଗୁରୁତର ଆହତ ହୋଇଛନ୍ତି।
ବିଶ୍ୱ ଆଦିବାସୀ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଟାଟୁମ ଗାଁର ପ୍ରାୟ ୩୦ ଜଣ ଆଦିବାସୀ ଟ୍ରାକ୍ଟରରେ କାଟେକାଲିଆନ ଅଭିମୁଖେ ଯାଉଥିଲେ। ଟାଟୁମ ଓ ତେଲାମ୍ ମଧ୍ୟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡି ପୋଖରୀରେ ଓଲଟି ପଡିଥିଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଆହତଙ୍କୁ କାଟେକାଲିଆନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ୫ ଜଣଙ୍କ ସ୍ଥିତି ଗୁରୁତର ରହିଛି । ମୃତକମ।।ନେ ହେଲେ କୋସା ମାଡଭି, ଦାସାଇଙ୍କ ପିତା, ଦୀନେଶ ମାର୍କମ ଓ ଫୁକେ କାୱାସୀ ।

 

Related posts

୩ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଫୁଲର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ଯୋଜନା ସାତସପନ

mahabharatanews

ପାଣିରେ ବୁଡି ନାବାଳକ ମୃତ

mahabharatanews