ଓଡିଶା

୨୩ରୁ ଖୋଲିବ ବିଏମସି ଅଞ୍ଚଳର ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଅଗଷ୍ଟ ୨୩ରୁ ଖୋଲିବ । କୋଭିଡ୍ ଗାଇଡଲାଇନ ମାନି ସବୁ ଧର୍ମାନୁଷ୍ଠାନ ଖୋଲାଯିବ । ଏନେଇ ବିଏମ୍ସି ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ନିଷ୍ପତ୍ତି ମନ୍ଦିର ପ୍ରଶାସନ ଉପରେ ଛାଡିଦିଆଯାଇଛି । ସେହିପରି ସମସ୍ତ ମସ୍ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ମଧ୍ୟ ୨୩ ତାରିଖରୁ ଖୋଲିବ।
ମନ୍ଦିର ଖୋଲିଲେ ଭକ୍ତଙ୍କୁ କେବଳ ଦର୍ଶନ ଅନୁମତି ମିଳିବ କିନ୍ତୁ ସାଙ୍ଗରେ ଭୋଗ ନେଇ ଯାଇପାରିବେ ନାହିଁ। ଭକ୍ତ ମନ୍ଦିର ଭିତରକୁ ଯାଇ ପାରିବେ, କିନ୍ତୁ ଗର୍ଭଗୃହ ଭିତରକୁ ଯାଇପାରିବେ ନାହିଁ। ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଭିତରରେ ୬ ଫୁଟ୍ ଦୂରତା ରଖି ଦର୍ଶନ କରିପାରୁଥିବା ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଭିତରକୁ ଛଡାଯିବ । ଅଧିକରୁ ଅଧିକ ୨୫ ଜଣଙ୍କୁ ଧର୍ମାନୁଷ୍ଠାନ ଭିତରକୁ ଯିବାକୁ ଅନୁମତି ଦିଆଯାଇପାରିବ ବୋଲି ବିଏମ୍ସି ନିର୍ଦ୍ଦେଶ ଜାରି କରିଛି ।
ଧର୍ମାନୁଷ୍ଠାନର ପୂଜକ ବା ସେବାୟତଙ୍କ ଦୁଇଟି ଡୋଜ ଟୀକା ସହ ଆର୍ଟିପିସିଆର୍ ଟେଷ୍ଟ ନେଗେଟିଭ୍ ଅନିର୍ବାଯ୍ୟ ହେବ । ଏ କଥା ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ। ପୂଜକ ବା ସେବାୟତ ଓ ଭକ୍ତ ସର୍ବଦା ମାସ୍କ ପିନ୍ଧିବେ। ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ନିକଟରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରିବେ ଓ ହ୍ୟାଣ୍ଡ ସାନିଟାଇଜର ବି ରଖିବେ।
ଧର୍ମାନୁଷ୍ଠାନ ପରିସରରେ ବା ଏହା ବାହାରେ କେହି ଛେପ ପକାଇ ପାରିବେ ନାହିଁ କି ପାନ ଓ ଗୁଟ୍ଖା ଖାଇ ପାରିବେ ନାହିଁ। ଅସୁସ୍ଥ ଥିବା ଲୋକ ତଥା ବୃଦ୍ଧବୃଦ୍ଧା, ଗର୍ଭବତୀ ଓ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ ନିଷେଦ୍ଧ କରାଯାଇଛି ।

 

Related posts

ମତ୍ସ୍ୟ ଉତ୍ପାଦନକାରୀ ମହାସଂଘ ସହ ବିଭାଗୀୟ ମନ୍ତ୍ରୀଙ୍କ ଆଲୋଚନା

mahabharatanews

ନନ୍ଦନକାନନକୁ ଆସିଲେ ଗିବନ୍ ଓ ଲିଓପାର୍ଡ କ୍ୟାଟ୍

mahabharatanews

ଉଦଳା ବ୍ଲକ ଶିକ୍ଷକଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

mahabharatanews