ଅପରାଧଓଡିଶା

୨ କେଜି ୪୦୨ ଗ୍ରାମର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର/ଆଦର୍ଶ ରାଉତ: ଇଣ୍ଟେଲିଜେନ୍ସ ସୂଚନା ଆଧାରରେ ଭୁବନେଶ୍ୱର ଏସଟିଏଫ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି ଓ ୩ ଜଣଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ଏସଟିଏଫ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବଜାରରେ ରେଡ କରି ଅଢେଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି । ଏସଟିଏଫ ହାତରେ ଧରାପଡିଥିବା ୩ ଜଣ ହେଲେ ଜଳେଶ୍ୱରର ଯୋଦେ୍ଧଶ୍ୱରର ମମତାଜ ଖାନ, ଜଗତସିଂହପୁର ଜିଲ୍ଲା ଅରାନା ଗ୍ରାମର ଉଦୟ ନାଥ ରଥ ଓ କଟକ ବୈୟାଳିଶ ମୌଜାର ପ୍ରଦୀପ କୁମାର ଦାସ । ଏସଟିଏଫ ଟିମ ଜଳେଶ୍ୱର ବଜାରରେ ଚଢାଉ କରି ୨ କେଜି ୪୦୨ ଗ୍ରାମର ବ୍ରାଉନ ସୁଗାର ସହ ଅଭିଯୁକ୍ତଙ୍କ ନିକଟରୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଏନେଇ ଅଗଷ୍ଟ ୧୫ ତାରିଖରେ ଏକ ମାମଲା ରୁଜୁ ହୋଇଛି ।
ସୁଚନାଯୋଗ୍ୟ, ନାର୍କୋଟିକ ଡ୍ରଗ୍ସ ବିରୋଧି ଅଭିଯାନରେ ଏସଟିଏଫ ୩୮ କୋଜିରୁ ଅଧିକ ବ୍ରାଉନ ସୁଗାର, ୮୪ କ୍ୟୁଣ୍ଟାଲ ୨୮ ଗ୍ରାମର ଗଞ୍ଜେଇ ଜବତ କରିଛି ଓ ୧୦୦ରୁ ଅଧିକ ନିଶା କାରବାରୀଙ୍କୁ ଜବତ କରିଛି ।

Related posts

ଆଜି ନୀଳାଦ୍ରିବିଜେ , ଅପରାହ୍ଣ ୪ଟାରେ ପହଣ୍ଡି 

mahabharatanews

ଜରୁରୀ ସୂଚନା: ଶ୍ରୀମନ୍ଦିରରେ ଆଜି ରାତିରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

mahabharatanews

ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ତାଲିମ ଶିବିର

mahabharatanews