ଓଡିଶା

ଜି-୨୦ ସମ୍ମିଳନୀ ପାଇଁ ୩୦୦ ଟ୍ରେନ ବାଧାପ୍ରାପ୍ତ 

(ଦିଲ୍ଲୀ) :  ଦିଲ୍ଲୀରେ ଜି-୨୦ ଶୀର୍ଷ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆସନ୍ତା ୯ ଓ ୧୦ ତାରିଖରେ ସମ୍ମିଳନୀ ହେବ। ଏଥିପାଇଁ ରାଜଧାନୀରେ ୩୦୦ରୁ ଅଧିକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବ। ଉତ୍ତର ରେଳବାଇ ପକ୍ଷରୁ ଏ ନେଇ ଏକ ତାଲିକା ପ୍ରକାଶ ପାଇଛି। ସମ୍ମିଳନୀ ସମୟରେ ଦିଲ୍ଲୀର କିଷାନ ଗଞ୍ଜ ଷ୍ଟେସନରେ ୩ଟି ଟ୍ରେନ ରହିବ ନାହିଁ।

 

ସୂଚନାନୁଯାୟୀ ,  ଯେଉଁଥିରେ କୁହାଯାଇଛି ସେପ୍ଟେମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଟ୍ରେନ ହୁଏତ ବାତିଲ ହେବ କିମ୍ବା ଅନ୍ୟ ମାର୍ଗ ଓ ଷ୍ଟେସନ ଦେଇ ଯାତ୍ରା କରିବ। ଅମୃତସର-ନୂଆଦିଲ୍ଲୀ ଏକ୍ସପ୍ରେସ ଠାରୁ ଆରମ୍ଭ କରି କାନପୁର ସେଣ୍ଟ୍ରାଲ-ଆନନ୍ଦ ବିହାର ଟର୍ମିନାଲ ଏକ୍ସପ୍ରେସ ସମେତ ୨୦୭ଟି ଟ୍ରେନ ଚଳାଚଳକୁ ବନ୍ଦ ରଖାଯିବ। ଏଥିସହିତ ୧୫ଟି ଟ୍ରେନର ଟର୍ମିନାଲ ଏବଂ ୬ଟି ଟ୍ରେନର ମାର୍ଗ ବଦଳାଯାଇଛି। ସୂଚନା ଅନୁଯାୟୀ ଯାତ୍ରୀଙ୍କ ସୁବିଧା ପାଇଁ ୭୦ଟି ଟ୍ରେନକୁ ଅଧିକ ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଛି। ଏଥିସହିତ ୩୬ଟି ଟ୍ରେନର ଆରମ୍ଭ ‌ଏବଂ ଶେଷ ରହଣି ଷ୍ଟେସନରେ ପରିବର୍ତ୍ତନ କରାଯାଇଛି।

 

Related posts

ବଲାଙ୍ଗୀରରେ କୃଷକ ପରିବାରର ଆତ୍ମହତ୍ୟା ଉଦ୍ୟମ, ୨ ମୃତ

mahabharatanews

ସମ୍ମାନ: ଗଲୱାନ ଘାଟି ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକରେ ଉଲ୍ଲେଖ ହେବ

mahabharatanews

ଅଲୌକିକ ଘଟଣାରେ ବିମୋହିତ ଭକ୍ତ ଜନ

mahabharatanews