ଅପରାଧ

ପୁଣି ଖୋଲିଛି ଆଇନକ୍ସ

ଭୁବନେଶ୍ୱର: ସିନେ ଲଭରମାନଙ୍କ ପାଇଁ ଆସିଲା ଖୁସି ଖବର । ରାଜଧାନୀ ଭୁବନେଶ୍ୱରରେ ଖୋଲିବାକୁ ଯାଉଛି ଆଇନକ୍ସ ସିନେମା ହଲ । ଆଜିଠାରୁ ବିଏମସି ଭବାନୀ ମଲରେ ଥିବା ଆଇନକ୍ସ ମଲ୍ଟିପ୍ଲେକ୍ସ ଖୋଲିଥିବା ବେଳେ ଆସନ୍ତାକାଲିଠୁ ଡିଏନ ରେଗାଲିଆର ଆଇନକ୍ସ ଖୋଲିିବାକୁ ଯାଉଛି । ଓଡିଶା ସରକାରଙ୍କ କୋରୋନା ଗାଇଡଲାଇନ ମଧ୍ୟରେ ହଲ ଖୋଲୁଥିବା ବେଳେ ମଲ୍ଟିପ୍ଲେକ୍ସ ତରଫରୁ ଦର୍ଶକମାନଙ୍କ ପାଇଁ ବିଶେଷ ସୁବିଧା ଦିଆଯିବ ବୋଲି କୁହାଯାଇଛି । ହଲରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଟୀକାକରଣ କରାଯାଇଛି । ଏଥିସହ ହଲକୁ ଆସୁଥିବା ବୟସ୍କ ଦର୍ଶକମାନଙ୍କର ଟୀକାକରଣର ପ୍ରମାଣପତ୍ର ଦେଖାଯିବ ବୋଲି କହିଛନ୍ତି ହଲର କର୍ତ୍ତୃପକ୍ଷ । ସେପଟେ ହଲ ଭିତରେ ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା ଭଳି କୋରୋନା ଗାଇଡଲାଇନ ରକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଦର୍ଶକମାନେ ଆସିବା ପୂର୍ବରୁ ଏବଂ ଯିବା ପରେ ଗେଟରୁ ଲବି ଏବଂ ଅଡିଟୋରିୟମ ସମସ୍ତ ସ୍ଥାନକୁ ଭଲ ଭାବରେ ସାନିଟାଇଜ କରାଯାଉଛି । ଏହା ବ୍ୟତୀତ ହଲ ପକ୍ଷରୁ ଛୋଟ ଗୃପ ବା ପରିବାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କେହି ଚାହିିଁଲେ ସେମାନଙ୍କ ଇଚ୍ଛା ମୁତାବକ ଫିଲ୍ମ ସେମାନେ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଦର୍ଶକମାନେ ଇ-ଟିକେଟ ଜରିଆରେ ସିନେମା ଦେଖିପାରିବେ ।
କୋରୋନାର ପ୍ରଭାବ କମିଥିବାରୁ ଧିରେ ଧିରେ ଖୋଲୁଛି ସିନେମା ହଲ । ୨୦୨୧-୨୨ରେ ସିନେମା ପ୍ରେମୀଙ୍କ ଉତ୍ସାହକୁ କମ କରିବାକୁ ଦିଆଯିବ ନାହିଁ ବୋଲି ଆଇନକ୍ସ ଲିଜର ଲିମିଟେଡ୍ (ପୂର୍ବ) ଆଞ୍ଚଳିକ ନିର୍ଦେଶକ ଅମିତାଭ ଗୁହା ଡାକୁର୍ତା ଚେଷ୍ଟା ଜାରି ରଖିଛନ୍ତି ।

Related posts

ଦୁଷ୍କର୍ମ ପାଇଁ ବିଭିନ୍ନ ଦେଶର ଦଣ୍ଡବିଧାନ

mahabharatanews

ଭାରତ ଉପରେ ଚୀନର ଦୁଇ ହ୍ୟାକିଂ ସଂସ୍ଥାର ସାଇବର ଆକ୍ରମଣ

mahabharatanews

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews