ଅପରାଧ

ବିପୁଳ ପରିମାଣର ମଦ ଜବତ, ୨ କୋର୍ଟ ଚାଲାଣ

କୋରାପୁଟ: କୋରାପୁଟ ନାରାୟଣପାଟଣା ବ୍ଲକ ସଦରରେ ପୋଲିସ ଏବଂ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ତରଫରୁ ଚଢାଉ କରାଯାଇଛି । ଏହି ଚଢାଉରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ପୋଲିସ । ଏଥିସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବେଆଇନ ଭାବେ ଏହି ଅଞ୍ଚଳରେ ବିପୁଳ ମଦ ଗଚ୍ଚିତ ଥିବା ଖବର ପାଇ ଏହି ଟିମ ଶ୍ରୀକାନ୍ତ ଚୌଧୁରୀ ଏବଂ ପୂର୍ଣ୍ଣଚନ୍ଦ୍ର ପୁରିସେଠୀଙ୍କ ଘର ଉପରେ ଚଢାଉ କରିଥିଲା । ଚଢାଊରେ ପୂର୍ଣର୍ଚନ୍ଦ୍ରଙ୍କ ଘରୁ ୨୨ ଲିଟର ବିୟର ଏବଂ ଗୋଟିଏ ଫ୍ରିଜ ଜବତ କରିଥିବା ବେଳେ ଶ୍ରୀକାନ୍ତଙ୍କ ଘରୁ ୮୧ ଲିଟର ବିଦେଶୀ ମଦ ଏବଂ ୧୫୭ ଲିଟର ବିୟର ଓ ଏକ ଫ୍ରିଜ ଜବତ ହୋଇଛି । ଜବତ ସମସ୍ତ ମଦ ଓ ବିୟରର ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ। ପ୍ରମୋଦ କୁମାର ବାଣୁଆ ସଦର ଅବକାରୀ ନିରୀକ୍ଷକ, ଉପନିରୀକ୍ଷକ ଏସଆଇ କୁମାର ରଥ, ଖଗେଶ୍ୱର କୋଟା ଏସଆଇ ଡିଏଫଏସ, ଅବକାରୀ କର୍ମଚାରୀ, ଏପିଆର ଫୋର୍ସ ଓ ସ୍ଥାନୀୟ ପୁଲିସ ସହାୟତାରେ ଏହି ଚଢ଼ାଉ କରାଯାଇଥିଲା। ଏହାପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Related posts

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ : ଗାଏବ ହୋଇଗଲା ୧୭ କିଲୋ ରୁପା, ୫ ଲକ୍ଷ ଟଙ୍କା

mahabharatanews

ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ୍ୟ

mahabharatanews

ଧରା ପଡିଲା IPL ବେଟିଂ

mahabharatanews