ଓଡିଶା

ବର୍ଷା ସହିତ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବର୍ଷାର ଆଭାବକୁ ନେଇ ଚାଷୀକୂଳ ହନ୍ତସନ୍ତ ହେବାକୁ ଲାଗିଲେଣି । ଗତ କିଛି ମାସ ହେବ ଲଘୁଚାପ ସୃଷ୍ଟି ହେଉଥିଲେ ବି ତାହା ଉପକୂଳ ଛୁଇଁବା ମାତ୍ରେ ଦୁର୍ବଳ ହୋଇଯାଉଛି । ଯାହା ଫଳରେ ବର୍ଷା ପରିମାଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଖୁସି ଖବର ଆସି ପହଞ୍ଚିଛି । ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସହିତ କାଳବୈଶାଖୀ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅଗଷ୍ଟ ୨୫ରୁ ୨୬ ତାରିଖ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହିତ ବଜ୍ରପାତର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏଥିସହିତ ଏହି ଦିନ ନବରଙ୍ଗପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related posts

ଆରପାରିରେ ବିଶିଷ୍ଟ କବି ତଥା ଗୀତିକାର ମାୟା ଗୋବିନ୍ଦ

mahabharatanews

 ୧୯ ରୁ”ଏଣ୍ଟରପ୍ରାଇଜ୍‌, ଓଡ଼ିଶା” ସମ୍ମିଳନୀ 

mahabharatanews

ସେପ୍ଟେମ୍ବର ୨୮  ସରକାରୀ ଛୁଟି

mahabharatanews