ରାଜନୀତି

ମୋଦୀ ସର୍ବଦଳୀୟ ବୈଠକ ଡକାଇବାକୁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । ଆଫଗାନିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ଏହି ସର୍ବଦଳୀୟ ବୈଠକ ଅଗଷ୍ଟ ୨୬ ରେ ୧୧ଟା ସମୟରେ ଅନୁଷ୍ଠିତ ହେବ ଜ୍ଝ ଏହି ବୈଠକରେ ବିଦେଶ ମନ୍ତ୍ରାଳୟ ବିରୋଧୀ ଦଳର ନେତାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ ଜ୍ଝ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ଟୁଇଟ୍ରେ ଲେଖିଛନ୍ତି ଯେ ଆଫଗାନିସ୍ତାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳକୁ ସମସ୍ତ ତଥ୍ୟ ଦେବାକୁ ବୈଦେଶିକ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
ବାସ୍ତବରେ ବିରୋଧୀ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଥିଲେ ଯେ ଭାରତ ସରକାର ଆଫଗାନିସ୍ତାନରେ ବହୁତ ବିନିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାକୁ ଯାଉଛି, ତେବେ ଭାରତ ସରକାରଙ୍କ ରଣନୀତି କ’ଣ ହେବ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସର୍ବଦଳୀୟ ବୈଠକ ଡକାଯିବା ଉଚିତ୍
ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ କରି କହିଛନ୍ତି, “ଆଫଗାନିସ୍ତାନରେ ଘଟୁଥିବା ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜନୀତିକ ଦଳର ନେତାମାନଙ୍କୁ ତଥ୍ୟ ଦେବାକୁ ବୈଦେଶିକ ମନ୍ତ୍ରଣାଳୟକୁ କହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ।”

Related posts

ନେସନାଲ ହେରାଲ୍ଡ ଅଫିସକୁ ସିଲ କଲା ଇଡି

mahabharatanews

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସରକାରକୁ ବଦନାମ କରିବାକୁ କୃତିମ ଅଭାବ ସୃଷ୍ଟି

mahabharatanews

ଆକ୍ସନ ମୋଡରେ ସରକାର, ଶଙ୍ଖ ଭବନର ହେବ ତଦନ୍ତ

mahabharatanews