ରାଜନୀତି

ତାଲିବାନକୁ ସରକାରର ମାନ୍ୟତା ଦେବାକି ଭାରତ ?

ନୂଆଦିଲ୍ଲୀ : ୨୦ ବର୍ଷ ପରେ ତାଲିବାନ ନିଜର ଶାସନକୁ ଫେରିଛି । ମଧ୍ୟ ଏସିଆ, ଓ ଦକ୍ଷିଣ ଏସିଆର ଦେଶ ମାନେ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ତାଲିବାନକୁ ମାନ୍ୟତା ଦେବା ଓ ନଦେବାର ମତାମତ ଭିନ୍ନ ଭିନ୍ନ ରହିଛି । ସାମରିକ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ତାଲିବାନର ଆଜି ଓ କାଲିର ଇତିହାସ ହେଉଛି ଗଣତନ୍ତ୍ର ବିରୋଧୀ ।

ଆଫଗାନିସ୍ଥାନରେ ଶାରିୟା ଆଇନ ଅନୁଯାୟୀ ଶାସନ ଓ ଏହା ସହିତ ଦେଶରେ ନାଗରିକ ମାନଙ୍କର ମୌଳିକ ଅଧିକାରକୁ ମୌଲବୀ ମାନେ ନିର୍ଣ୍ଣୟ କରିବେ ତେବେ ଦେଶର ମାନ୍ୟତା ପାଇଁ ଭାରତ ଏ ବିଷୟରେ କୌଣସି ତତ୍ପରତା ଦେଖାଇବା ଉଚିତ୍ ନୁହେଁ ।
ଆମେରିକା ରେ ନାଟୋ ସେନା ବାହୀନି ଅଚାନକ ଆଫଗାନିସ୍ଥାନରୁ ପ୍ରତ୍ୟାବର୍ତ୍ତନ ପରେ ସେଠାରେ ଆରମ୍ଭ ହୋଇଯାଇଥିବା ଅରାଜକତା ପରେ ଦେଶ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ମଧ୍ୟ ବଦଳି ଯାଇଛି ।
ଭାରତର ପୂର୍ବ ଉପରାଷ୍ଟ୍ରିୟ ସଲାହାକାର ଅରବିନ୍ଦ ଗୁପ୍ତାଙ୍କ ଅନୁସାରେ ଭାରତରୁ ତାଲିବାନ କିଛି ହାସଲ ହେବ ନାହିଁ । ତାଲିବାନ ନିଜର ବ୍ୟବହାରକୁ ବଦଳାଇପାରିବ ନାହିଁ ନିଜର ଋଡିବାଦୀ, ଓ ଜିହାଦ ଭଳି ବିଚାର ଧାରାର ପରିଣାମ ସାରା ବିଶ୍ୱ ଦେଖିସାରିଛି ।

କଥା ଓ କାମରେ ଫରକ
ସତ୍ତା ହାସଲ କରିବା ପାଇଁ ବିଭିନ୍ନ ଉଦାରବାଦୀ ନୀତି ଘୋଷଣା କରିବାରେ ଲାଗିଛି କିନ୍ତୁ ବାସ୍ତବତା କୁ ଦେଖିଲେ ତାହା ଭିନ୍ନ । ଆଫଗାନ ମାନଙ୍କୁ କାବୁଲ ଏୟାରପୋର୍ଟ କୁ ନଛାଡିବା ସହିତ ଆଫଗାନିସ୍ତାନରେ ଗର୍ବନର ସଲିମା ମଜାରିଙ୍କୁ ଗିରଫ କରିବା ସହିତ ପୂର୍ବ ସରକାରଙ୍କ କର୍ମଚାରୀ ଓ ନେତାମାନଙ୍କୁ ଖୋଜି ଗରଫ ଓ ହତ୍ୟା କରିବା ଆଦି କାର୍ଯ୍ୟରେ ଲିପ୍ତ ରହିଛନ୍ତି । ସାମ୍ବାଦିକଙ୍କୁ ସୁରକ୍ଷା କଥା କହିଆସୁଥିବା ତାଲିବାନ ଗତ କିଛି ଦିନ ପୂର୍ବରୁ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି ତେଣୁ ଏହି ସବୁ ଘଟଣାକ୍ରମକୁ ଦେଖିଲେ ତାଲିବାନ ଉପରେ ଭରଷା କରିବା ଏକ ମୁର୍ଖାମୀ ଅଟେ ।

ତାଲିବାନ ସରକାରକୁ ନିଜର ନିୟନ୍ତ୍ରଣକୁ ନେବା ପରେ ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ଆଫଗାନିସ୍ଥାନର ବ୍ୟବହାର ହୋଇପାରିବ ନାହିଁ ବୋଲି ରୋକ ଠୋକ ମନାକରିଦେଇଛନ୍ତି । କିନ୍ତୁ ବାସ୍ତବତା ପାକାସ୍ଥାନ ଓ ଚୀନ ଭାରତକୁ ଆକ୍ରମଣ ପାଇଁ ଆଫଗାନିସ୍ଥାନର ସାହାଯ୍ୟ ପାଇଁ ପ୍ରୟାସ ଜାରି ରଖିବ ।

Related posts

ଭି ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ କବିସୂର୍ଯ୍ୟନଗର ବିଧାୟିକା ଙ୍କ ଶୋକ

mahabharatanews

ଆଜିଠୁ ବିଜେପିର କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ଜେପି ନଡ୍ଡା

mahabharatanews

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews