Uncategorized

ଅଗଷ୍ଟ ୨୯ରେ ସ୍ୱତନ୍ତ୍ର ରେଳ ଯୋଗେ ରାଷ୍ଟ୍ରପତିଙ୍କ ଅଯୋଧ୍ୟା ଗସ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଅଯୋଧ୍ୟା ଯାତ୍ରା କରିବେ । ଅଗଷ୍ଟ ୨୯ ତାରିଖରେ ସ୍ୱତନ୍ତ୍ର ରେଳରେ ରାଷ୍ଟ୍ରପତିଙ୍କର ଅଯୋଧ୍ୟା ଗସ୍ତର କାର୍ଯ୍ୟକ୍ରମ ଥିବା ସୂତ୍ରରୁ ପ୍ରକାଶ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ଚାଲିବ । ଏହି ଟ୍ରେନରେ ସମସ୍ତ ସୁବିଧା ଉପଲବ୍ଧ ରହିବ । ଟ୍ରେନରେ ମାଗଣା ୱାଇଫାଇ ଯୋଗାଇ ଦିଆଯିବ । ଏହି ଯାତ୍ରା ପାଇଁ ରେଳବାଇ ପକ୍ଷରୁ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି । ଏଥିନେଇ ଏକ ସୁରକ୍ଷା ପ୍ରୋଟୋକଲର ପୁସ୍ତିକା ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ନିୟମକୁ କଠୋରତାର ସହ ପାଳନ କରାଯିବ ।
ଏହା ବ୍ୟତୀତ କର୍ମଚାରୀଙ୍କୁ ମୁତୟନ କରାଯିବ ଟ୍ରାକ ଓ ଲେବଲ କ୍ରସିଂ ନିରିକ୍ଷଣ ପାଇଁ । ଏଥିସହ ଅତ୍ୟଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ନୀରିକ୍ଷଣ କରାଯାଇଛି । ପୂର୍ବରୁ ୨୦୦୬ରେ ତକ୍ରାଳୀନ ରାଷ୍ଟ୍ରପତି ଏପିଜେ ଅବଦ୍ଦୁଲକାଲାମ ଟ୍ରେନଯୋଗେ ଡେରାଡୁନ ଯାତ୍ରା କରିଥିଲେ ।

Related posts

ଭିଜିଲାନ୍ସ ଜାଲ୍‌ରେ ଆଉ ଜଣେ ସରକାରୀ ବାବୁ

mahabharatanews

କେଉଁଠି କରିବେନି ଠାକୁରଘର

mahabharatanews

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ ଉଦ୍ଧାର ବେଳେ ଭୁଶୁଡିଗଲା କୋଠା, ୧୪ ଗୁରୁତର ଆହତ, ୩୫ ଦମକଳ ନିୟୋଜିତ

mahabharatanews