Uncategorized

ତୈଳବାହୀ ଜାହାଜରେ ନିଆଁ, ୨ ଭାରତୀୟ ନାବିକ ମୃତ

(ଦୁବାଇ): ବୁଧବାର ଆରବୀୟ ଉପକୂଳରେ ଏକ ତୈଳବାହୀ ଜାହାଜରେ ନିଆଁ ଲାଗିବା କାରଣରୁ ୨ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡ କାରଣରୁ ତୈଳବାହୀ ଜାହାଜରେ ଥିବା ଆହୁରି ଅନେକ କର୍ମଚାରୀ ନିଖୋଜ ଅଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଆରବୀୟ ଉପକୂଳରୁ ପ୍ରାୟ ୨୧ ମାଇଲ ଦୂରରେ ଥିବା ଟ୍ୟାଙ୍କରରେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ଖବର ଚାରିଆଡେ ପ୍ରସାରିତ ହୋଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଅ।।ୟତ୍ତ କରିଛନ୍ତି । ଏହା ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଖୋଜମାନଙ୍କୁ ଖୋଜି ବାହାର କରିବାକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ରିପୋର୍ଟ ଅନୁସାରେ, ନିଆଁ ଲାଗିଥିବା ଟ୍ୟାଙ୍କରରେ ପ୍ରାୟ ୫୫ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରେ ୧୨ ଜଣ କ୍ରିୟୁ ସଦସ୍ୟ ଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ ୨ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଟ୍ୟାଙ୍କରରୁ ପ୍ରାୟ ୧୦ ଜଣ ନିଖୋଜ ଥିବା ଜଣାପଡିଛି ।

Related posts

ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ କେହି ମରିନାହାନ୍ତି: କେନ୍ଦ୍ର

mahabharatanews

ପୁରୋହିତ ପ୍ରସ୍ତୁତ ନାହାନ୍ତି ଚାରିଧାମ ଯାତ୍ରା ପାଇଁ 

mahabharatanews

ପୁଲିସ କାର୍ଯ୍ୟରେ ହାଇକୋର୍ଟ କ୍ଷୁବ୍ଧ

mahabharatanews