ଓଡିଶା

ଆଜି ପାଇଁ ୪ ଘଣ୍ଟା ବନ୍ଦ ବଡ ଦେଉଳ

ପୁରୀ: ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହି ସମୟରେ ସର୍ବସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିବ ।
ଆଜି ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ତୃତୀୟା ତିଥି । ଆଜିର ଦିନରେ ମନ୍ଦିରରେ ଅନୁଷ୍ଠିତ ହୁଏ ଶ୍ରୀଜିଉମାନଙ୍କର ବନକଲାଗି ବେଶ ବା ଶ୍ରୀମୁଖ ସିଂହାର ନୀତି । ତେଣୁ ଆଜି ଦ୍ୱିତୀୟ ଭୋଗ ମଣ୍ଡପରେ ମହାପ୍ରଭୁଙ୍କ ଏହି ନୀତି କରାଯିବ । ଏହି ଗୁପ୍ତ ନୀତି ପାଇଁ ମନ୍ଦିରକୁ ୪ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଶାସନ । ତେବେ ଆସନ୍ତାକାଲିଠୁ ଗତ ଦୁଇ ଦିନ ଭଳି ସର୍ବ ସାଧାରଣଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ପ୍ରାୟ ଚାରି ମାସ ପରେ ଶ୍ରୀମନ୍ଦିର ଖେଲିବାର ତୃତୀୟ ଦିନରେ ୪ ଘଣ୍ଟା ପାଇର୍ ମନ୍ଦିର ବନ୍ଦ ହେଉଛି । ତେଣୁ ଅନେକ ଭକ୍ତ ଏହି ସମୟରେ ଦର୍ଶନରୁ ବଞ୍ଚିତ ହେବେ ।

Related posts

ଅଗ୍ନିକାଣ୍ଡ ଏଡାଇବାକୁ କୋଭିଡ ହସ୍ପିଟାଲରେ ଅଗ୍ନିଶମ ବ୍ୟବସ୍ଥା

mahabharatanews

କଣିହାଁ ବ୍ଲକର ସମସ୍ତ ଏନଆରଆଇଜିଏସ କାମରେ ଶ୍ରମିକ ବଦଳରେ ମେସିନ କରୁଛି କାମ

mahabharatanews

ସଇଁତଳାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଟିତ…

mahabharatanews