ଓଡିଶା

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର

ଭୁବନେଶ୍ୱର: ବଦଳିବ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ରୂପରେଖ । ମନ୍ଦରର ହେବ ନବ କଳେବର । ପୁରୀ ସିଂହଦ୍ୱାର ଢାଞ୍ଚା ଅନୁସାରେ ପୁନଃ ନିର୍ମାଣ କରାଯିବ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାର । ଭୁବନେଶ୍ୱରରେ ଫନିର ତାଣ୍ଡବ ଲୀଳାରେ ମନ୍ଦିରର କବାଟ ମଧ୍ୟ ଭଙ୍ଗା ଅବସ୍ଥାରେ ପଡିଥିଲା । ଏବେ ଏସବୁର ଯାଞ୍ଚ କରୁଛି ଏଏସଆଇ ଟିମ । ଲିଙ୍ଗରାଜ ମନ୍ଦର ପରିସରକୁ ପୁଣି ସଜାଡିବା ପାଇଁ ପ୍ରକାଶ ପାଇଛି ତତ୍ପରତା । ବିଏମସି କମିଶନର, ଏଏସଆଇ ସୁପରିଟେଣ୍ଡେଣ୍ଟ ଆଜି ସକାଳୁ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମନ୍ଦିରର ବିଭିନ୍ନ ପରିସର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ମନ୍ଦିର ସେବାୟତ ନିଯୋଗ ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ଏଥିସହ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାରର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହାକୁ ଆଗାମୀ ଦେଢ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ ରଖାଯାଇଛି ।


ଫନି ପରଠାରୁ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାର ଭାଙ୍ଗିଯାଇଥିବା ବେଳେ ଏହାକୁ ମରାମତି ପାଇଁ ସେବାୟତମାନେ ଦାବି କରିଆସୁଥିଲେ । କରୋନା କୋପ ଯୋଗୁ ମନ୍ଦିର ବନ୍ଦ ଥିବା ବେଳେ କାମ ଆରମ୍ଭ ହେଉ ନ ଥିଲା। ଏବେ ମନ୍ଦିର ଖୋଲାଯିବା ପରେ ତତ୍ପରତା ପ୍ରକାଶ କରିଛି ଏଏସଆଇ। ଏବେ ପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଏପରି ସମୟରେ କିପରି ମରାମତି କାମ ସୁରୁଖୁରରେ ଚାଲିବ ତାକୁ ନେଇ ପ୍ରଶ୍ନବାଚୀ ଆରମ୍ଭ ହୋଇଛି।

Related posts

ସାତକୋଶିଆ ଅଭୟାରଣ୍ୟରେ ବାଉଁଶ ଗଛ ରୋପଣରେ ଅନିମିତତା: ଭିଜିଲାନ୍ସ ଚଢଉ

mahabharatanews

ଆଉ ୩ ଦିନ ବର୍ଷିବ

mahabharatanews

ତଳିଆ ଅଞ୍ଚଳରେ ବନ୍ୟା ପରସ୍ଥିତି ,ଫୁଲୁଛି ନଦୀ

mahabharatanews