ଖେଳ

ନକଲି ନୋଟ ଦେଇ ଫସିଲେ ଯୁବକ

(ବୁର୍ଲା) ; ଅଟୋଚାଳକଙ୍କୁ ନକଲି ନୋଟ ଦେଇ ଫସିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲାରେ । ପ୍ରାପ୍ୟ ସୂଚନା ଅନ୍ୟୁାୟୀ ବୁଧବାର ଦିନ ପଦ୍ମପୁର ଅଞ୍ଚଳର ଶ୍ୟାମସୁନ୍ଦର ସାହୁ ଅଟୋରେ ବୁର୍ଲା ଆସିଥିଲେ । ଅଟୋଭଡା ୨୦୦ ଟଙ୍କା ହୋଇଥିବା ଡ୍ରାଇଭର ସନାତନ କହିଥିଲେ , ଶ୍ୟାମ ସୁନ୍ଦର ଦେଇଥିଲେ ମଧ୍ୟ । ହେଲେ ସେହି ନୋଟଟି ନକଲି ଲାଗିବାରୁ ଟୋ ଡ୍ରାଇଭର ସନାତନ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତ ଶ୍ୟାମ ସୁନ୍ଦର ସାହୁ ଓ ତାର ସହଯୋଗୀକୁ ଅଟକ ରଖି ପଚାରଉଚୁରା କରୁଛି । ସେମାନଙ୍କ ପାଖରୁ ୧୨୩୦୦ ଟଙ୍କାର ନକଲି ନୋଟ ଓ ଗୋଟିଏ ନମ୍ବର ବିହିନ ପଲସର୍ ଜବତ କରାଯାଇଛି । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 

Related posts

୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ସିଟ

mahabharatanews

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

mahabharatanews

ଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁ

mahabharatanews