ଓଡିଶାଖେଳଦେଶ ବିଦେଶ

ଓଡ଼ିଶା-ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶାର ବିଶାଳ ସ୍କୋର

କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା- ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଘରୋଇ ଦଳର ବ୍ୟାଟ୍‌ସମ୍ୟାନ ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଯୁବ ଓପନର୍‌ ସ୍ବସ୍ତିକ ସାମଲ ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଶତକ ସାହାଯ୍ୟରେ ଓଡ଼ିଶା ନାଗାଲାଣ୍ଡ ସମ୍ମୁଖରେ ୪୬୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ନାଗାଲାଣ୍ଡ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୪୧ ରନ୍ କରିଛି । ଚଳିତ ସଂସ୍କରଣରେ ପ୍ରଥମ ବିଜୟ ପାଇଁ ଓଡ଼ିଶାକୁ ୯ ୱିକେଟ୍ ଏବଂ ନାଗାଲାଣ୍ଡ କୁ ଆଉ ୪୨୪ ରନ୍‌ ଆବଶ୍ୟକ ।

ପ୍ରଥମ ମ୍ୟାଚ୍‌ରୁ ସଂଘର୍ଷ କରୁଥିବା ଓଡ଼ିଶା ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛି। ପ୍ରଥମ ଥର କୌଣସି ବ୍ୟାଟର୍‌ ଶତକ ଅର୍ଜନ କରିବା, ପ୍ରଥମ ଥର ପ୍ରଥମ ପାଳିରେ ଅଗ୍ରଣୀ ନେବା ଏବଂ ପ୍ରଥମ ଥର ୩୦୦ ରନ୍ ଅତିକ୍ରମ କରିବା ଦେଖିବାକୁ ମିଳିଛି । ଗୋଟିଏ ପାଳିରେ ୩ ଜଣ ଶତକ ଅର୍ଜନ କରିବା ଭଳି ବିରଳ ସଫଳତା ବି ଦେଖାଇଛି ଏହି ମ୍ୟାଚ୍‌ । ଘରୋଇ ଦଳ ତରଫରୁ ସ୍ବସ୍ତିକ ସାମଲ ୧୯୫ ବଲ୍‌ରୁ ୫ଟି ଛକା ଓ ୧୧ଟି ଚୌକା ସହ ୧୬୯ ରନ୍‌ କରିଥିଲେ । ଶୁଭ୍ରାଂଶୁ ସେନାପତି ୧୬୮ ବଲ୍‌ରୁ ୪ଟି ଛକା ଓ ୧୧ଟି ଚୌକା ସହ ୧୩୭ ରନ୍‌ କରିଥିଲେ । ଗୋବିନ୍ଦ ପୋଦ୍ଦାର ୧୮ ରନ୍‌ କରିଥିବା ବେଳେ ସମ୍ବିତ ବରାଳ ୨ଟି ଛକା ସହ ୧୯ ରନ୍‌କରି ଅପରାଜିତ ଥିଲେ । ଭ୍ରମଣକାରୀ ଦଳରୁ ବିନୋ ଝିମୋମି ଓ ଅଧିନାୟକ ରଙ୍ଗସେନ୍‌ ଜୋନାଥନ୍ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

Related posts

ଜମି ବିବାଦକୁ ନେଇ ବୋମାମାଡ

mahabharatanews

ଆଜିଠୁ ଅଲାରନାଥ ଦର୍ଶନ: ଅନବସରରେ ଶ୍ରୀମନ୍ଦିର ବଦଳରେ ବ୍ରହ୍ମଗିରି ମୁହାଁ ଭକ୍ତ

mahabharatanews

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews