ଓଡିଶା

ବିଜାପୁରରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଯବାନ ଆହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ଗତିବିଧି । ଏଥର ଏକ ଲ୍ୟାଣ୍ଡମାଇନ୍ ମାଓବାଦୀ ଖଞ୍ଜିଥିଲେ, ଯାହା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ବାସାଗୁଡ଼ା କ୍ୟାମ୍ପରେ ଚିକିତ୍ସା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏସ୍ପି କୋମଳ ଲୋଚନ କାଶ୍ୟବ ।
ବିଜାପୁର ଜିଲ୍ଲା ଆବାପାଲି ଓ ବାସାଗୁଡ଼ା ରାସ୍ତାରେ ସିଆରପିଏଫ୍ ଯବାନ କୁମ୍ବିଂ ଅପେରସନରେ ଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ରାସ୍ତାରେ ପୂର୍ବରୁ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ଖଞ୍ଚିଥିଲେ । ରାସ୍ତା ଦେଇ ଯବାନମାନେ ଯାଉଥିବା ବେଳେ ଲ୍ୟାଣ୍ଡମାଇନଟି ଫାଟିଥିଲା । ଏଥିରେ ସିଆରପିଏଫର ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାମ ସିଲାଚାନ୍ଦ ମିଞ୍ଜ । ସେଠାରୁ ତାଙ୍କୁ ଉଦ୍ଧାର କରି ବାସାଗୁଡ଼ା କ୍ୟାମ୍ପକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଉଛି ।

 

Related posts

ଅଜଣା ଶବ ଉଦ୍ଧାର, ପୋଡି ମାରିଥିବା ସନ୍ଦେହ

mahabharatanews

ସିଆରପିଏଫ ଡିଜିପି ହେଲେ ଅମ୍ରିତ ମୋହନ ପ୍ରସା

mahabharatanews

କୁଟୁରା ମାରି ୭ ଶିକାରୀ ଗିରଫ

mahabharatanews