ଭାରତ

୨.୯ ତୀବ୍ରତା ଭୂକମ୍ପରେ କମ୍ପିଲା ରାଜଧାନୀ

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି(ଏନସିଏସ) କହିଛି ଯେ, ରବିବାର ଭୋର୍ ରେ ଦିଲ୍ଲୀର ଉତ୍ତର ଜିଲ୍ଲାରେ ୨.୯ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଛି । ଆଜି ଭୋର୍ ୪:୧୪ ମିନିଟ୍‌ରେ ୮ କିଲୋମିଟର ଗଭୀରରେ ଅନୁଭୂତ ହେବେ । ଏହାର କେନ୍ଦ୍ରସ୍ଥଳ ୨୮.୭୨୧ଂ ଉତ୍ତର ଅକ୍ଷାଂଶ ଏବଂ ୭୬.୯୫୭ଂ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । ସୋସିଆଲ ମିଡିଆ ‘ଏକ୍ସ୍‌’ମାଧ୍ୟମରେ ଏନସିଏସ ଏହି ସୂଚନା ପ୍ରଦାନ କରିଛି । ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ଯଦି ଭୂପୃଷ୍ଠରୁ ଅଗଭୀର ଥାଏ, ସେହି ସମୟରେ କମ୍ ତୀବ୍ରତା ସତ୍ତ୍ୱେ କମ୍ପନ ଅନୁଭୂତ ହୋଇଥାଏ । ୨.୯ ତୀବ୍ରତାକୁ ମୃଦୃ ତଥା ମଧ୍ୟମ ଭାବେ ବିବେଚନା କରାଯାଇଥାଏ । ଏହି କମ୍ପନ ବିଶେଷ କୌଣସି କ୍ଷତି କରିନଥାଏ । ଭୂମିକମ୍ପପ୍ରବଣ ଜୋନ୍ ୪ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଗୁଡିକ ରହିଛି । ଏହି ସ୍ଥାନ ଗୁଡିକ ମୃଦୁ ରୁ ମଧ୍ୟମଧରଣର ଭୂକମ୍ପ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଥାଏ ।
ଅନ୍ୟପଟେ ଗତକାଲି ଜାପାନର ମଧ୍ୟ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଭୂକମ୍ପ ହୋଇଛି । ଏହି ଭୂମିକମ୍ପ ଉତ୍ତର ଜାପାନର ଆଓମୋରି ପ୍ରଦେଶରେ ୫.୮ ତୀବ୍ରତାରେ ଅନୁଭୂତ ହୋଇଥିଲା ।

Related posts

“ତାଙ୍କ ସରକାର ଯେକୌଣସି ସମୟରେ ମଧ୍ୟ ଭାଙ୍ଗି ଯାଇପାରେ “: କଙ୍ଗନା

mahabharatanews

୨୨ ଜାନୁଆରିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ 

mahabharatanews

 ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନାୱାଜ ହୁସେନ୍‌

mahabharatanews