ବାଲେଶ୍ୱର: ଗୋଟିଏ ହତ୍ୟାକାଣ୍ଡ ଘଟଣାକୁ ନେଇ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ଦୁଇଟି ବାଇକ, ଅଟୋରିକ୍ସା,ବୋଲେରୋ, କ୍ରେଟା କାର ସମେତ ପୋଲିସ ନଗଦ ୪୨ ହଜାର ଟଙ୍କା ଏବଂ ୭ଟି ମୋବାଇଲ ଜବତ କରିଛି ।
ଏହି ହତ୍ୟାକାଣ୍ଡ ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଳା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣାର ଘଟଣା । ସ୍ଥାନୀୟ ସତ୍ୟମ ଡେଭଲପର୍ସର ମାଲିକ ରମେଶ ବେହେରାଙ୍କ ହତ୍ୟାକାଣ୍ଡରେ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗତ ଶନିବାର ସନ୍ଧ୍ୟାରେ ରେମୁଣାର ଗୋଲେଇ-ବାଲ ଗୋପାଲପୁର ବାଇପାସ ରାସ୍ତାର ଅଚ୍ୟୁତପୁର ନିକଟରେ ଏଭଳି ଏକ ଘଟଣା ଘଟିଥିଲା । ରମେଶଙ୍କୁ ସୁପାରୀ କିଲର ଦ୍ୱାରା ହତ୍ୟା କରାଯ୍ଧବଥିବା ବେଳେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କା ସୁପାରୀ ଦିଆଯାଇଥିବା ଜଣାଯାଇଛି । ତେବେ ଶନିବାର ସନ୍ଧ୍ୟାରେ ଅଚ୍ୟୁତପୁର ନିକଟରେ ରମେଶଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ । ହତ୍ୟାକରୀମାନଙ୍କୁ ଧରିବା ପରେ ବାଲେଶ୍ୱର ଏସପି ଏକ ପ୍ରେସମିଟ ଜରିଆରେ ଏ ଡେନଇ ସୂଚନା ଦେଇଛନ୍ତି ।
previous post
next post