ଅପରାଧଓଡିଶା

ଜଗତପୁର ରୁ ୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

(କଟକ / ଜଗନ୍ନାଥ ମହାନ୍ତ) : ସିଲଭରସିଟିରୁ ଜବତ ହେଲା ଧଳା ଜହର । ୨ଜଣ ବ୍ରାଓନ ସୁଗାର ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏହାସହ ସେମାନଙ୍କ ନିକଟରୁ ୮୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଜଗତପୁର ଥାନା ପୋଲିସ। ଯାହାର ମୂଲ୍ୟ ୮ଲକ୍ଷ ଟଙ୍କା ହେବ ଏଥି ସହିତ ୧୬ ଶହ ଟଙ୍କା,୨ଟି ମୋବାଇଲ ଫୋନ୍ ଓ ଗୋଟିଏ ବାଇକ୍ ଜବତ୍ କରିଛି ପୋଲିସ । ସୂଚନା ଅନୁଯାୟୀ ଜଗତପୁର ଥାନା ପୋଲିସ ଜଗତପୁର ଖଇରା ବ୍ରିଜ ନିକଟରେ ଦୁଇଜଣ ବ୍ରାଉନ ସୁଗାର୍ ନେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା । ଆଇଆଇସି ରବିନ୍ଦ୍ର ନାଥ ମେହେର ଖଇରା ବ୍ରିଜ ନିକଟରେ ପହଞ୍ଚି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଆଜି ଏହି ଦୁଇ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 

Related posts

ବାଣ ବିସ୍ଫୋରଣ ଘଟଣା; ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ

mahabharatanews

ଅଭିମନ୍ୟୁ ସାମନ୍ତ ସିଂହାର ଭବନରେ ବିସିଜେଡିର ବୈଠକ

mahabharatanews

ବଲାଙ୍ଗୀର ଉପଜିଲ୍ଲାପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ

mahabharatanews