ଓଡିଶା

ମାନସ ଦାସ ଘରେ ପୁଲିସର ଛାନଭିନ

(ଭୁବନେରଶ୍ୱର) ; ମାନସ ଦାସ ଘରେ ପୁଲିସ ର ରେଡ । ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭନରେ ଯାଞ୍ଚ କରୁଛି ଖୋର୍ଦ୍ଧା ପୁଲିସ । ସତ୍ୟବ୍ରତ ନାରାୟଣ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନବ ବାଦୀ ସଂଗଠନର ମୁଖ୍ୟ ମାନସ ଦାସ(ଗୁରୁଜୀ) । ଏ ନେଇ ସୂଚନା ଦେଇଛନ୍ତି ଏସ ଡିପିଓ ଶୁଶିଲ ମିଶ୍ର । ଅପହରଣ, ହତ୍ୟା କରି ପ୍ରମାଣ ନଷ୍ଟ କରିବା ଦଫାରେ ଗିରଫ କରାଯାଇଛି । ମାନସ ଦାସ ପୁଅକୁ ମଧ୍ୟ ଗିରଫ କରିଛି ପୁଲିସ । ମାନସ ଦାସ ଙ୍କ ମାନବ ବାଦୀ ସଂଗଠନ ରେଜଷ୍ଟ୍ରେସନ ହୋଇଛି କି ନାହିଁ ଏବଂ ମାନବ ବାଦ ସଂଗଠନ ବାବଦରେ ଯାଞ୍ଚ କରୁଥିବା ଖୋର୍ଦ୍ଧା ଏସଡିପିଓ ଶୁଶିଲ ମିଶ୍ର ସୂଚନା ଦେଇଛନ୍ତି । ଏ ଯାବତ୍ ଯାଞ୍ଚ ବେଳେ କିଛି ଫୋଟୋ ଏବଂ ବ୍ୟାନର ମିଳିଥିବା କହିଛନ୍ତି ଖୋର୍ଦ୍ଧ ଏସଡିପିଓ ।

Related posts

କେନ୍ଦ୍ରୀୟ ପ୍ରକଳ୍ପକୁ ନିଜ ନାମ ଦେବାରେ ଓସ୍ତାଦ ନବୀନ ସରକାର

mahabharatanews

ସ୍ୱର୍ଣ୍ଣାଭ ବେଳାଭୂମିରେ ୱାଲ୍ଡ ଏକ୍ସପୋ

mahabharatanews

ସରିଲା ଆଲୋଚନା ; ଆଜିଠୁ ଖୋଲିବ ୟୁନିଟ୍‌-୧ ମାର୍କେଟ୍‌ 

mahabharatanews