ଓଡିଶା

ନିଖୋଜ ଆଇପିଏସ ଅଫିସରଙ୍କୁ ଜବାବ ତଲବ

ଭୁବନେଶ୍ୱର: ଓଡିଶା କ୍ୟାଡର ଜଣେ ଆଇପିଏସ ଅଫିସର ନିଖୋଜ । ଦୀର୍ଘ ଦିନରୁ ମିଳୁନାହିଁ ଏହି ଆଇପିଏସଙ୍କ ପତ୍ତା । ଏହି ଆଇପିଏସ ଅଫିସର ହେଲେ ୧୯୯୮ ବ୍ୟାଚର ଏନ ବି ଭାରତୀ । ସେ ୨୦୨୦ରୁ ନିଖୋଜ ଅଛନ୍ତି । ସରକାରଙ୍କ ବିନା ଅନୁମତିରେ ସେ କାର୍ଯ୍ୟରେ ଅନୁପସ୍ଥିତ ଅଛନ୍ତି । ତାଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା ହୋଇଆସୁଥିଲେ ମଧ୍ୟ ଏହା ସମ୍ଭବ ହେଉ ନାହିଁ । ତେଣୁ ରାଜ୍ୟ ସରକାର ତଥା ପୁଲିସ ବିଭାଗ ତାଙ୍କୁ ଜବାବ ତଲବ କରିଛନ୍ତି । ଆସନ୍ତା ଅକ୍ଟୋବର ୨୦ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।
ଏହି ୧୯୯୮ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ୨୦୨୦ରୁ ନିଖୋଜ ଅଛନ୍ତି । ସେ କେଉଁଠି ଅଛନ୍ତି, କଣ କରୁଛନ୍ତି, କାହିଁକି ଅନୁପସ୍ଥିତ ତାହା କାହାରିକୁ ଜଣାନାହିଁ । ବାରମ୍ବାର ତାଙ୍କ ସହ ସମ୍ପର୍କସ୍ଥାପନ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ । ଭାରତୀଙ୍କୁ ଯୋଗାଯୋଗ ପାଇଁ ‘ଇ-ମେଲ’ କରାଯାଇଛି ଓ ହେଲେ ସେ ତାହାକୁ ସେ ଦେଖୁ ନାହାନ୍ତି । ତାଙ୍କ ଠିକଣାରେ ଚିଠି ବି ହୋଇଛି କିନ୍ତୁ ତାହା ଫେରି ଆସିଛି । ଫୋନ ଉଠାଉ ନାହାନ୍ତି । ତାଙ୍କର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ରାଜ୍ୟ ସରକାର ତଥା ବିଭାଗ ଅନଭିଜ୍ଞ । ତେଣୁ ତାଙ୍କୁ ଅକ୍ଟୋବ ୨୦ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି ।

 

Related posts

ନୂଆପଡ଼ା ବିଜୟର ଗୋଟିଚାଳନା କରି ତାଙ୍କ ରାଜନୈତିକ ପରିପକ୍ୱତାର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews

ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟବ୍ୟପୀ ବସ୍ ଧର୍ମଘଟ

mahabharatanews

“କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ” 

mahabharatanews