ଅପରାଧ

ବାପ ଘରକୁ ଜିଦ କରିବାରୁ ସ୍ତ୍ରୀର ନାକ କାଟିଲା ସ୍ୱାମୀ

(ଯୋଧପୁର) ; ସ୍ତ୍ରୀ ଜିଦ କଲା ବାପ ଘରକୁ ଯିବାକୁ ଆଉ ଏଥିରେ ରାଗିଯାଇ ଏକ ଧାରୁଆ ଛୁରୀରେ ସ୍ତ୍ରୀର ନାକ କାଟିଲା ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯୋଧପୁରର ଲୁଣାବସା ଗାଁରେ । ଖବର ଅନୁଯାୟୀ ୨୫ ବର୍ଷିୟା ପୁନୀ ଦେବୀ ତାଙ୍କ ସ୍ୱାମୀ ଭୋମାରାମକୁ ତାଙ୍କ ବାପ ଘରକୁ ମିଶିକି ଯିବା ପାଇଁ କହିଥିଲେ । ଦୁଇଦିନ ପରେ ଯିବା ବୋଲି ସ୍ୱାମୀ ଭୋମାରାମ କହିଲେ । କିନ୍ତୁ ପୁନୀ ଦେବୀଙ୍କ ଏକା ଜିଦ ସେ ଅପେକ୍ଷା କରିପାରିବେ ନାହିଁ । ଆଉ ଏହା ପରେ ଆରମ୍ଭ ହୋଇଥିଲା ଦୁହିଁଙ୍କ ମଧ୍ୟରେ ଝଗଡା । ଯାହାର ପରିଣାମ ସ୍ୱରୁପ ଭିମୋରାମ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଧାରୁଆ ଛୁରୀରେ ସ୍ତ୍ରୀର ନାକ କାଟି ଦେଇଥିଲେ । ପୁନୀ ଦେବୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ତେବେ ପିଡିତାଙ୍କ ଭାଇ ଦେଜଗରା ବାସିନ୍ଦା ବାବୁ ନାୟକ ଏନେଇ ଝମ୍ବର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏଯାଏଁ ଅଭିଯୁକ୍ତ କୁହାଯାଉଥିବା ପୀଡିତାଙ୍କ ସ୍ୱାମୀଙ୍କୁ ପୁଲିସ ଗିରଫ କରିନଥିବା ଜଣା ପଡିଛି । ପୁଲିସ ଏହି ଘଟଣାର ମ।।ମଲା ରଜୁ କରିଥିବା ଝମ୍ବର ଥାନାର ଏସଆଇ କମଲ ସିଂହ କହିଥିବା ସୂଚନା ମିଳିଛି ।

Related posts

ଜଗତପୁର ରୁ ୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

mahabharatanews

ରାଜ୍ୟରେ ଭିଜିଲାନ୍ସ ସ୍କାନରକୁ ପୁଣି ଜଣେ ଯନ୍ତ୍ରୀ ଆସିଛନ୍ତି

mahabharatanews

ଏଣିକି ରାସ୍ତାରୁ ପିଚୁ ଖୋଳିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

mahabharatanews