ଓଡିଶା

ହଟ୍ଟଗୋଳ ଭିତରେ ୪ ବିଲ ପାରିତ

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସରକାର ଆଜି ୪ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ବିଧାନସଭାରେ ପାରିତ କରିଛି । ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଆଜି ଗ୍ରହଣ ନ କରିବାରୁ ବିରୋଧୀ ସଦସ୍ୟମାନେ ଏହାକୁ ନେଇ ହଟଗୋଳ କରିଥିଲେ । ଫଳରେ ଆଜି ଦିନର ପ୍ରାରମ୍ଭରେ ଗୃହକୁ ୧୧ଟା ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି ।
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବିରୋଧୀଙ୍କ ସମାନ ଆଚରଣ ରହିଥିଲା । ହୋହାଲ୍ଲାରେ ଗୃହ ଫାଟିପଡୁଥିବା ବେଳେ କିନ୍ତୁ ସରକାର ଓଡ଼ିଶା ପଂଚାୟତ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ, ଓଡ଼ିଶା ହାଉସିଂ ବୋର୍ଡ ସଂଶୋଧନ ବିଲ୍ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ପାରିତ କରିନେଲା । ତେବେ ଗୃହରେ ଓବିସିଙ୍କ ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ନିମନ୍ତେ ଆସିବାକୁ ଥିବା ସଂକଳ୍ପ ପ୍ରସ୍ତାବ ଆଜି ଆସିପାରିନି।

Related posts

ବହଳଦା ବ୍ଲକରୁ ଉଦ୍ଧାର ହେଲା ଗୁପ୍ତଚର ପାରା, ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀ

mahabharatanews

ଆଇନଜୀବୀ ପ୍ରଫୁଲ ନାଏକ ବିଏସପି ପାର୍ଟିର ଜିଲ୍ଲା ସଭାପତି

mahabharatanews

ବିଜିଗୋଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

mahabharatanews