ଓଡିଶା

କୋଭିଡ ଡ୍ୟୁଟିରେ ନିୟୋଜିତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଦିଆଯିବ ଅତିରିକ୍ତ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟ ବ୍ୟାପୀ କୋଭିଡ ଡ୍ୟୁଟି ଓ ଟୀକା କାର୍ଯ୍ୟରେ ନିୟୋଜିତ ସମସ୍ତ ଚୁକ୍ତିଭିତ୍ତିକ, ଆଉଟସୋର୍ସିଂ ଓ ସ୍ୱଚ୍ଛାକୃତ କର୍ମଚାରୀଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ସମସ୍ତ ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଂ କର୍ମଚାରୀ, ଯେଉଁମାନେ ନିଜ ଜୀବିନକୁ ବାଜି ଲଗାଇ କୋଭିଡର ଭୟଙ୍କର ସ୍ଥିତିରେ ଲୋକଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି, ସେମାନଙ୍କୁ ଏପ୍ରିଲ ୨୦୨୧ରୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଗୋଟିଏ ମାସର ଅତିରିକ୍ତ ପାରିଶ୍ରମିକ ଯୋଗାଇ ଦିଆଯିବ ।
କୋଭିଡ ସଂକ୍ରମଣର ଭୟାବହତା ମଧ୍ୟରେ ଓ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଉପରୋକ୍ତ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ସମସ୍ତ ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଂ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠତା ଓ ଫଳପ୍ରଦ କାର୍ଯ୍ୟକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ପ୍ରୋତ୍ସାହନ ରାଶି ଏମଓଏଚଆଣ୍ଡଏଫଡବ୍ଲୁ ସହଯୋଗରେ କାର୍ଯ୍ୟକରୁଥିବ।। ଇସିଆରପି ଫଣ୍ଡରୁ ଦିଆଯିବ ।
ଏହା ବ୍ୟତୀତ ପ୍ରତ୍ୟେକ ଆଶାକର୍ମୀ, ଯେଉଁମାନେ ସର୍ଭିଲେନ୍ସ, କଣ୍ଟାକ୍ଟ ଟ୍ରେସିଂ, କନଟେନମେଣ୍ଟ ମେଜର, କୋଭିଡ ଟୀକା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି, ତଥା ଏନଏଚଏମ ଅନ୍ତର୍ଗତ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ମାସିକ ୧ହଜାର ପ୍ରୋତ୍ସାହନରାଶି ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି ।

Related posts

ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ କର୍ମଚାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

mahabharatanews

୮୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

mahabharatanews

କଟକ ବଡ଼ ମେଡିକାଲରେ ସିକ୍ୟୁରୀଟି ଗାର୍ଡ ଚଳାଇଛନ୍ତି ତାଲିବାନ ଶାସନ: କାର୍ୟ୍ୟାନୁଷ୍ଠାନ ଦାବି

mahabharatanews